ଧଣ୍ଡାମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ, ଦୋକାନ ବଜାର ବନ୍ଦ

ଖପ୍ରାଖୋଲ, ୧୩ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ରାଜ୍ୟ ବାହାରୁ ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସଂକ୍ରମଣ ଭୟରେ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ କୁମ୍ଭାର ୧୨ଘଣ୍ଟା ପାଇଁ ପଞ୍ଚାୟତକୁ ସଟ୍‌ ଡାଉନ୍‌ ଘୋଷଣା କରିଥିଲେ। ଫଳରେ ବୁଧବାର ଯାନବାହାନ ଚଳାଚଳ ସହ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସରପଞ୍ଚ ଲକ୍ଷ୍ମୀ କୁମ୍ଭାରଙ୍କ କହିବାନୁସାରେ ଧଣ୍ଡାମୁଣ୍ଡା ବ୍ଲକର ଅନ୍ୟତମ ପ୍ରମୁଖ ବ୍ୟବସାୟୀସ୍ଥଳ। ଏଠାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍‌ ଥିବାରୁ ଲୋକଙ୍କ ଭିଡ ହେଉଛି ା ପୁନଶ୍ଚ ବୁଧବାର ଥିଲା ଧଣ୍ଡାମୁଣ୍ଡା ସାପ୍ତାହିକ ବଜାର। କିଛିଦିନ ମଧ୍ୟରେ ଅଞ୍ଚଳକୁ ରାଜ୍ୟ ଭିତରୁ ଅନେକ ପ୍ରବାସୀ ଫେରି ହୋମ କ୍ୱାରାଣ୍ଟାଇନରେ ଅଛନ୍ତି। ଏଥିଯୋଗୁ ସରକାରଙ୍କ ଘୋଷିତ ନିର୍ଦ୍ଦେଶ ବଳରେ ସେ ଏହି ପଞ୍ଚାୟତ ଅଞ୍ଚଳକୁ ସଟ୍‌ ଡାଉନ୍‌ ଘୋଷଣା କରିଥିଲେ।

Share