ଧନତେରସରେ ଏହି ୫ଟି ଜିନିଷ କରନ୍ତୁ ଦାନ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ। ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ବନ୍ତରୀଙ୍କ ପୂଜା କରାଯାଏ। ହିନ୍ଦୁ ମାନ୍ୟତା ଅନୁସାରେ ଧନତେରସ ଦିନ କିଣାକିଣି କରିବାର ଏକ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ, ଏହିଦିନ କିଣାକିଣି କଲେ ଘରେ ସୁଖ, ଶାନ୍ତି, ସୌଭାଗ୍ୟ ଓ ସମୃଦ୍ଧି ଆସିଥାଏ। ଧନତେରସ ଦିନ କିଣାଯାଇଥିବା ସାମଗ୍ରୀ ବର୍ଷସାରା ଶୁଭ ଫଳ ଦେଇଥାଏ। କିନ୍ତୁ ଧନତେରସ ଅନ୍ୟଙ୍କୁ ଦାମ କଲେ ପରିବାରର ସମୃଦ୍ଧି ହୋଇଥାଏ ବୋଲି ଶାସ୍ତ୍ରରେ ଅଛି।

ଧନତେରସରେ ହଳଦିଆ ରଙ୍ଗର ବସ୍ତ୍ର ଦାନ କଲେ ଶୁଭ ଫଳ ମିଳେ।

କୌଣସି ଭୋକିଲା କିମ୍ବା ଗରିବ ଲୋକଙ୍କୁ ଅନ୍ନଦାନ କଲେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୁଏ।

ଯଦି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଧନତେରସରେ ଝାଡୁ ଦାନ କରନ୍ତୁ।

ଧନତେରସରେ ମିଠା ଦାନ କଲେ ଜୀବନ ସୁଖ ଲାଭ ହେବ।

ଧନତେରସରେ ଲୁହା ଉପକରଣ ଦାନ କଲେ ଜୀବନରେ ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ମିଳିଥାଏ।

Share