ଧନତେରସରେ ଘରକୁ ଆଣନ୍ତୁ ନାହିଁ ଏସବୁ ଜିନିଷ

ଧନତେରସରେ ବିଭିନ୍ନ ଜିନିଷ କିଣାକିଣି କଲେ ଘରକୁ ଲକ୍ଷ୍ମୀ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଲୋକେ ସୁନାରୂପା କିଣିବାର ବିଧି ରହିଛି। ହେଲେ ଏବେ ଅଧିକାଂଶ ଲୋକେ ସୁନାରୂପା ପରିବର୍ତ୍ତେ ଯେ କୌଣସି ଜିନିଷ ଘରକୁ ଆଣିଲେ ଧନ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ ଭାବି ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରୁଛନ୍ତି। ଏହା ଅଦୌ ଠିକ ନୁହେଁ। କାରଣ ଏମିତି କିଛି ଜିନିଷ ଅଛି ଯାହାକୁ ଧନତେରସରେ କିଣିଲେ ଘରୁ ଲକ୍ଷ୍ମୀ ଚାଲି ଯାଇଥାଆନ୍ତି। ଏହା ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ଆଣି ଦେଇଥାଏ।
-ଲୁହାରେ ତିଆରି ଜିନିଷ ଧନତେରସରେ ଘରକୁ ଆଣିବା ଭଲ ନୁହେଁ। ଏହା ଧନତେରାସ ପୂର୍ବରୁ ବା ପରେ ଘରକୁ ଆଣିବା ଭଲ।
-କଂସା ବା ପିତ୍ତଳ ବାସନ ଆଣିବା ବେଳେ ଘରକୁ ଆଣିବା ପୂର୍ବରୁ ଏଥିରେ ପାଣି ବା ଯେକୌଣସି ଜିନିଷ ଭର୍ତ୍ତି କରି ଧନତେରସ ଦିନ ଘରକୁ ଆଣିବା ଭଲ।
-ଧନତେରସରେ ଷ୍ଟିଲ ନ କିଣି ବରଂ କପର କିମ୍ବା ବ୍ରୋଞ୍ଚର ଜିନିଷ କିଣିବା ଭଲ। କଳା ରଙ୍ଗର କୌଣସି ଜିନିଷ ଧନତେରସରେ ଘରକୁ ଆଣିବା ଠିକ୍‌ ନୁହେଁ। କାରଣ ଏହା ସବୁବେଳେ ନକରାତ୍ମକ ପ୍ରଭାବ ପକାଇଥାଏ।
-ଧନତେରସରେ ଛୁରୀ, କଇଞ୍ଚି ଭଳି ଧାରୁଆ ଜିନିଷ ଘରକୁ ଆଣନ୍ତୁ ନାହିଁ।
-ତେଲ, ଘିଅ ଅବା କାଚ ଜିନିଷ ଧନତେରସରେ ଘରକୁ ଆଣିଲେ ଘର ଉପରେ ଏହାର କୁପ୍ରଭାବ ପଡିଥାଏ। ତେଣୁ ଦୀପ ଜଳାଇବା ପାଇଁ ଧନତେରସ ପୂର୍ବରୁ ତେଲ ବା ଘିଅ କିଣି ରଖିବା ଭଲ।
-ଅଧିକାଂଶ ବ୍ୟକ୍ତି ଧନତେରସରେ କାର କିଣିବାକୁ ଯୋଜନା କରିଥାଆନ୍ତି। ହେଲେ ଏହା ଭଲ ନୁହେଁ ବୋଲି କୁହାଯାଏ।
-ଧନତେରସରେ କେବେବି ନକଲି ସୁନା କିଣିବା ଉଚିତ ନୁହେଁ। ଅର୍ଥାତ୍‌ ଇମିଟେଶନ ଜୁଏଲରୀ ଏହି ସମୟରେ କିଣିଲେ ଏହାର ପ୍ରଭାବରେ ଘରୁ ଲକ୍ଷ୍ମୀ ଚାଲି ଯାଇଥାଆନ୍ତି।

Share