Categories: ଜାତୀୟ

ଧନତେରାସରେ ‘କନ୍ୟା ସୁମଙ୍ଗଳା ଯୋଜନା’ ଭେଟି ଦେଲେ ଯୋଗୀ

ଲକ୍ଷ୍ନୌ,୨୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସମସ୍ତ ଜିଲାଙ୍କ ପାଇଁ ‘କନ୍ୟା ସୁମଙ୍ଗଳା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଧନତେରାସ ଅବସରରେ ମହିଳା କଲ୍ୟାଣ ବିଭାଗ ପକ୍ଷରୁ ଲୋକଭବନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଆଦିତ୍ୟନାଥ ଝିଅମାନଙ୍କ ପାଇଁ ୧୨୦୦କୋଟି ଟଙ୍କାର ଏହି ଯୋଜନାକୁ ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରତି ଜିଲାର ପ୍ରାୟ ୫୦୦ ଝିଅ ଏହାର ଲାଭ ଉଠାଇପାରିବେ। କେବଳ ସେତିକି ନୁହେଁ ଗୋଟିଏ ପରିବାରର ସର୍ବାଧିକ ୨ଜଣ ଝିଅଙ୍କୁ ଏହି ଯୋଜନାର ଲାଭ ମିଳିବ ବୋଲି ଜଣାପଡ଼ିଛି। କିଛି ଲାଭାର୍ଥୀଙ୍କୁ ଅନ୍‌ଲାଇନରେ ପ୍ରୋତ୍ସାହନ ରାଶି ଦିଆଯିବା ସହ ପଞ୍ଜୀକରଣର ପ୍ରମାଣ ପତ୍ର ମଧ୍ୟ ଦିଆଯାଇଥିଲା। କନ୍ୟା ଭ୍ରୁଣ ହତ୍ୟାଭଳି କୁପ୍ରଥାକୁ ଦୂର କରିବା ଓ ପରିବାର ନିୟୋଜନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ଲାଭାର୍ଥୀଙ୍କୁ ଝିଅ ଜନ୍ମ ହେବା ପରଠାରୁ ସ୍ନାତକ ପାସ୍‌ ହେବା ପର୍ଯ୍ୟନ୍ତ ସରକାର ପ୍ରୋତ୍ସାହନ ସ୍ବରୂପ ୬ଟି ପର୍ଯ୍ୟାୟରେ ୧୫ହଜାର ଟଙ୍କା ପ୍ରଦାନ କରିବେ। ଏଥିପାଇଁ ଅନ୍‌ଲାଇନ ପୋର୍ଟାଲରେ ଏବେ ପର୍ଯ୍ୟନ୍ତ ୨.୮୨ ଲକ୍ଷ ଲୋକ ପଞ୍ଜୀକରଣ କରାଇଥିବା ବେଳେ ୧.୮୫ ଫର୍ମ ଜମା କରିସାରିଥିବା ଜଣାପଡ଼ିଛି।

Share