Categories: ଜାତୀୟ

ଧନତେରାସ୍‌ରେ ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମାଖାତାକୁ ଗଲାନି ଦରମା: ଆଇଏମ୍‌ଏଫ୍‌ଏସ୍‌ ସର୍ଭର ଡାଉନ୍‌

ଭୋପାଳ,୨୬।୧୦: ଧନତେରାସ୍‌ରେ ମଧ୍ୟପ୍ରଦେଶର ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମା ଖାତାକୁ ଅକ୍ଟୋବର ମାସର ଦରମା ଯାଇ ପାରିନି। ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ଏହା ସମ୍ଭବ ହୋଇ ପାରି ନାହିଁ। ଆଇଏମ୍‌ଏଫ୍‌ଏସ୍‌ ସର୍ଭର ଡାଉନ୍‌ ରହିବା ଯୋଗୁ ଦରମା ଜମାଖାତାକୁ ଯାଇ ପାରି ନ ଥିବା କୁହାଯାଉଛି। ଫଳରେ ମାତ୍ର ୫୦ ପ୍ରତିଶତ କର୍ମଚାରୀଙ୍କ ଖାତାରେ ଦରମା ଜମା ହୋଇପାରିଛି। ଶୁକ୍ରବାର ଦରମା ଖାତାକୁ ଯାଇ ନ ଥିବାବେଳେ ଶନିବାର ଏହା ହେବ ବୋଲି କୁହାଯାଉଛି। ତେବେ ସର୍ଭରରେ ଦରମା ଜମା ସମୟରେ ପ୍ଲିଜ୍‌ ଓ୍ବେଟ୍‌ ଲେଖା ହେଉଥିବା ଅର୍ଥ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି।

Share