ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ ସାମାନ୍ୟ ଅଲଗା ବୋଲି କୁହାଯାଉଛି। ଅବଶ୍ୟ ଏଥର ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି କ୍ରିକେଟର ବିରାଟ କୋହଲି, ଅଭିନେତା ସଲମାନ ଖାଁ। ଏମାନଙ୍କର ଆୟ ଓ ଅନ୍ୟ କେତୋଟି ଦିଗକୁ ଦେଖି ଏହି ତାଲିକା ପ୍ରସ୍ତୁତ କରାଯାଇଛି।  ତେବେ କଳାକାର ଭାବେ ଅକ୍ଷୟ କୁମାର ଶୀର୍ଷରେ ରହିଛନ୍ତି ବୋଲି ଜଣାପଡିଛି। ଚଳିତ ବର୍ଷ ଅକ୍ଷୟଙ୍କ ଆୟ ୨୯୩.୨୫ କୋଟି ଟଙ୍କା ବୋଲି କହିଛି ଫୋର୍ବସ ଇଣ୍ଡିଆ।

Share