ଧନୀ ଦେଶଙ୍କ ଡମ୍ପି ଗ୍ରାଉଣ୍ଡ୍‌ ହେବନି ମାଲେସିଆ: ୩ ହଜାର ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଆମେରିକା ସମେତ ଅନ୍ୟ ଦେଶକୁ ପଠାଯିବ

କୁଆଲାମ୍ପୁର,୨୯।୫: ମାଲେସିଆର ବିଭିନ୍ନ ବନ୍ଦରରେ ୩ ହଜାର ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଜମା ହୋଇ ରହିଛି। ଏସବୁ ୬୦ଟି କଣ୍ଟେନରରେ ଏଠାକୁ ଆସିଥିବା ମାଲେସିଆ ପରିବେଶ ମନ୍ତ୍ରୀ ୟୋ.ବି.ୟିନ୍‌ ଏନେଇ ସୂନା ଦେଇଛନ୍ତି। ଏସବୁ ବେଆଇନ୍‌ ଭାବେ ଆମେରିକା, ବ୍ରିଟେନ୍‌, କାନାଡ଼ା , ବାଂଳାଦେଶ, ଜାପାନ, ସୌଦ, ଚାଇନା ତଥା ଅଷ୍ଟ୍ରେଲିଆରୁ ଆସିଥିବା କୁହାଯାଉଛି। ଏସବୁ ବର୍ଜ୍ୟବସ୍ତୁକୁ ସମ୍ପୃକ୍ତ ଦେଶକୁ ପଠାଯିବାର ବ୍ୟବସ୍ଥା କରାଯାଉଛି। ମାଲେସିଆ ଏବେ ଆଇ ଧନୀ ଦେଶଙ୍କ ଡମ୍ପି ଗ୍ରାଉଣ୍ଡ୍‌ ହେବନି ବୋଲି ପରିବେଶ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଏହିପରି କାନାଡ଼ାର ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଫିଲିପାଇନ୍ସ୍‌ରେ ଜମା ହୋଇ ରହିବାରୁ ଏକ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଫିଲିପାଇନ୍ସ୍‌ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତ କାନାଡ଼ା ବିରୋଧରେ ଏଥିପାଇଁ ଯୁଦ୍ଧ ଘୋଷଣା କରିବାର ଚେତାବନୀ ଦେଇଥିଲେ।

Share