ଧନ୍ୟବାଦ ଦେଲେ ଶିଖ୍‌ ପ୍ରତିନିଧି

ହ୍ୟୁଷ୍ଟନ,୨୩ା୯(ପି.ଟି.): ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫୦ ଜଣିଆ ଶିଖ୍‌ ପ୍ରତିନିଧି ଦଳ ଶନିବାର ହ୍ୟୁଷ୍ଟନରେ ଭେଟିଛନ୍ତି। କଳାତାଲିକାରୁ ୩୦୦ରୁ ଊର୍ଦ୍ଧ୍ୱ ଶିଖ୍‌ଙ୍କ ନାଁ ବାଦ୍‌ ଦିଆଯାଇଥିବାରୁ ଏଥିପାଇଁ ସେମାନେ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସେମାନେ ମୋଦିଙ୍କୁ ପାରମ୍ପରିକ ଶିରୋପା ଭେଟି ଦେଇଥିଲେ। ଶିଖ୍‌ ରାଜନୈତିକ ଶରଣାର୍ଥୀମାନଙ୍କୁ ଭିଜା ଓ ପାସ୍‌ପୋର୍ଟ ସେବା ଯୋଗାଇଦେବା ଲାଗି ସେମାନେ ମୋଦିଙ୍କୁ ଅନୁରୋଧ କରିଥିଲେ। ଗତ ସପ୍ତାହରେ କେନ୍ଦ୍ର ସରକାର କଳାତାଲିକାରୁ ବିଦେଶରେ ଥିବା ୩୧୨ ଜଣ ଶିଖ୍‌ଙ୍କ ନାଁ ହଟାଇଦେଇଥିଲେ। ଫଳରେ ସେମାନେ ଭାରତ ଫେରିବାର ସୁଯୋଗ ପାଇବେ। ଶିଖ୍‌ ସମ୍ପ୍ରଦାୟ ସହ ଆଲୋଚନାରେ ସେ ବହୁତ ଖୁସି ବୋଲି ମୋଦି ଟୁଇଟ୍‌ କରିଛନ୍ତି।

Share