ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ବରୀ

ବରଗଡ଼ ଅଫିସ, ୨୮।୯: ବରଗଡ଼ ତଳିପଡ଼ାସ୍ଥିତ ଶ୍ରାଶ୍ରୀ ସମଲେଶ୍ବରୀ ଦେବୀଙ୍କ ମନ୍ଦିରରେ ଶନିବାରଠାରୁ ଶାରଦୀୟ ପୂଜନୋତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ମହାଳୟା ତିଥିରେ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗା ଦର୍ଶନର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି। ଫଳରେ ଦେବୀଙ୍କୁ ଉକ୍ତ ବେଶରେ ଦର୍ଶନ ପାଇଁ ମନ୍ଦିର ପରିସରରେ ଭୋରରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଛି। ପୂଜକ ହେମଚନ୍ଦ୍ର ଝାଙ୍କର, ପଣ୍ଡିତ ଶିବ ଶଙ୍କର ଦାଶ, ଚୂଡାମଣି ରଥ ପ୍ରମୁଖ ପୂଜାର୍ଚ୍ଚନା କରୁଛନ୍ତି।