ଧବଳେଶ୍ୱର ପୀଠରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼

ଖୁଣ୍ଟୁଣୀ,୧୦।୧୧(ଡି.ଏନ୍‌.ଏ.): ବଡ଼ଓଷା ଉପଲକ୍ଷେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କଠାରେ ରବିବାର ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ପ୍ରତ୍ୟୁଷରେ ଠାକୁରଙ୍କ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି ଓ ପରେ ସ୍ନାନ ନୀତି ଏବଂ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି। ଏହି ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏସ୍‌ପି ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ, ଏସ୍‌ଡିପିଓ ପ୍ରଶାନ୍ତ ମଲ୍ଲ, ଗୁରୁଡ଼ିଝାଟିଆ ଥାନା ଅଧିକାରୀ ବିଜୟ ବିଶି, ଖୁଣ୍ଟୁଣୀ ଥାନାଧିକାରୀ, ଆଠଗଡ଼ ଉପଜିଲାପାଳ ଅମୀୟ କୁମାର ସାହୁ, ତହସିଲଦାର ତପନ ଖୁଣ୍ଟିଆ, ବିଡିଓ ଅଜାମ୍ବର ମହାନ୍ତି ଉପସ୍ଥିତ ଥିବାବେଳେ ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଆଜି ମଧ୍ୟରାତ୍ରରେ ଠାକୁରଙ୍କ ପାଖରେ ଗଜଭୋଗ ଲାଗି ହେବ।

Share