ଧରିତ୍ରୀ ପ୍ରଭାବ: ଯୋରାଡବରାଠାରେ ବିଦ୍ୟୁତ୍‌ ସଂଯୋଗ କାମ ଆରମ୍ଭ

କର୍ଲାମୁଣ୍ଡା,୧୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରାବସ୍ତିଠାତେ ଗତ ଜୁନ ୧୫ ତାରିଖରେ ହୋଇଥିବା ଝଡତୋଫାନ ଯୋଗୁ ଟ୍ରାନ୍ସଫର୍ମର ପଡିଯାଇଥିଲା। ଦୀର୍ଘ ୨୮ ଦିନ ବିତିଥିଲେ ହେଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଗତ ଶୁକ୍ରବାର ଧରିତ୍ରୀର ସମ୍ବଲପୁର ସଂକରଣରେ ଟ୍ରାନ୍ସଫର୍ମର ପଡିବାର ୨୮ ଦିନ ବିତିଲା ଅନ୍ଧାରରେ ଯୋରଡବରାବସ୍ତି ଶିର୍ଷକ ଖବର ପ୍ରକାଶ ପାଇଥିଲା । ଏହା ପରେ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇବା ସହ ଟ୍ରାନ୍ସଫର୍ମର ବସାଇବାର ବ୍ୟବସ୍ଥା କରାଯାଉ ଥିବା ଦେଖିବାକୁ ମିଳିଛି।

Share