Advertisement

ଧରମପୁରରେ ଚଢ଼ାଉ: ପଚାଶ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର କାଠ ଜବତ

ହାଟଡ଼ିହୀ,୧୮।୫(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହଦଗଡ଼ ବନଖଣ୍ଡ ଅନ୍ତର୍ଗତ ଢେଙ୍କା ପଞ୍ଚାୟତ ଧରମପୁର ଗ୍ରାମରେ ଶନିବାର ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଜବତ ହୋଇଛି। ବନ ବିଭାଗ ରେଞ୍ଜର ସୁରେନ୍ଦ୍ରନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କର କାଠ ଜବତ ହୋଇଛି।
ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ଅଭିରାମ ବେହେରା ବେଆଇନ କାଠ ବେପାର କରୁଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ରେଞ୍ଜର ହେମ୍ବ୍ରମଙ୍କ ସମେତ ଫରେଷ୍ଟର ଅନନ୍ତ ଚରଣ ପରି, ଡମ୍ବରୁଧର ମହାନ୍ତ, ଫରେଷ୍ଟ ଗାର୍ଡ ବନ୍ଦିତା ଦାସ, ବାପୁଜୀ ସାହୁ ପ୍ରମୁଖ ପହଞ୍ଚି ଚଢ଼ାଉ କରିଥିଲେ। ତେବେ ପୂର୍ବରୁ ଖବର ପାଇ କାଠ ବେପାରୀ ଫେରାର ହୋଇଯାଇଥିବା ହେମ୍ବ୍ରମ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share