Categories: ଜାତୀୟ

ଧରାପଡ଼ିଲା ପାକିସ୍ତାନୀ ଡଙ୍ଗା: ୧୭୫ କୋଟିର ନିଶାଦ୍ରବ୍ୟ ଜବତ

ଅହମ୍ମଦାବାଦ୍‌,୬।୧: ଗୁଜରାଟ କଛ ନିକଟରେ ଏକ ପାକିସ୍ତାନୀ ଡଙ୍ଗା ଭାରତୀୟ ନୌସେନା ହାତରେ ଧରାପଡ଼ିଛି। ସେଥିରେ ୩୫ କିଲୋଗ୍ରାମ୍‌ ନିଶାଦ୍ରବ୍ୟ ବୋଝେଇ ହୋଇଥିଲା। ଏହାର ଆନୁମାନିକ ଦାମ ୧୭୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଡଙ୍ଗାରେ ଥିବା ୫ ପାକିସ୍ତାନୀ ନାଗରିକଙ୍କୁ ନୌସେନା ପକ୍ଷରୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି। ସୂଚନାଯୋଗ୍ୟ,ପାକିସ୍ତାନ ମାଛଧରା ଡଙ୍ଗାରେ ବହୁ ସମୟରେ ନିଶାଦ୍ରବ୍ୟ ବୋଝେଇ ହୋଇ ଭାରତକୁ ଆସୁଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।

Share