ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ : ଥାନାରେ ଏତଲା ଦେବାକୁ ଡିଇଓଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୧ା୧- ଗଞ୍ଜାମ ଜିଲାରେ ପୁଣି ୯ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି। ଏମାନେ ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡିଛି। ଜିଲାରେ ଏପରି ନକଲି ଶିକ୍ଷକଙ୍କ ସଂଖ୍ୟା ଏବେ ୩୦ରେ ପହଞ୍ଚିଛି। ଧରାପଡ଼ିଥିବା ୯ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଶୁକ୍ରବାର ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା
କିଛିଦିନ ତଳେ ଗଞ୍ଜାମ ଜିଲାର ୧୩ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିଏଡ୍‌ ସାର୍ଟିଫିକେଟ ଯାଞ୍ଚ ପାଇଁ ଉକତ୍ଳ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା ା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ଦ୍ୱାରା ଯାଞ୍ଚ ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ସାର୍ଟିଫିକେଟର ରୋଲ ନମ୍ବର ତାଲିକା ମଧ୍ୟରେ ନ ଥିବା ଜଣାପଡ଼ିଥିଲା ା ସେହିପରି ଅନ୍ୟ ଜଣେ ଶିକ୍ଷକ ବିଏଡ୍‌ ପରୀକ୍ଷାରେ ଉତ୍ତୀନ୍ନ ହୋଇ ନ ଥିବା ଜଣାପଡିଥିଲା ା ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ପରେ ଶୁକ୍ରବାର ଗଞ୍ଜାମ ଜିଲା ଡିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ୯ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବାପାଇଁ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା

Share