ଧରାପଡ଼ିଲେ ଡକାୟତ, ବନ୍ଧୁକ ଓ ଭୁଜାଲି ଜବତ

ତିହିଡ଼ି,୨୫ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତାଳପଦା ଗ୍ରାମରୁ ତିହିଡ଼ି ପୋଲିସ ଶୁକ୍ରବାର ରାତିରେ ଜଣେ ଡକାୟତଙ୍କୁ ଧରିଛି। ସେହି ଡକାୟତଙ୍କ ନାଁ ଦୀପକ ନାୟକ ଓରଫ କାଳିଆ। ପୋଲିସ ତାଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଭୁଜାଲି ଜବତ କରିଛି। ଗତ ତା ୨୦.୧.୧୯ରେ ବାରୋ-ବିଲଣା ରାସ୍ତାରେ ଜଣେ ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌ କରିବା ଘଟଣାର ତଦନ୍ତ କରି ପୋଲିସ ତାଙ୍କୁ ଧରିଛି। ଏଥିସହ କାଳିଆ ବିଭିନ୍ନ ଅଞ୍ଚଳରେ ୯ଟି ଡକାୟତି ଓ ଚୋରି ସହ ସମ୍ପୃକ୍ତ ଥିବା ଜଣାପଡ଼ିଛି। ପୋଲିସ କାଳିଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।