ଧରାପଡ଼ିଲେ ସାରା-କାର୍ତ୍ତିକ!

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ତାଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ରିଲେସନଶିପକୁ ନେଇ। ନିକଟରେ ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ କିନ୍ତୁ ଉଭୟ ଏଡାଇ ଯାଉଥିଲେ। ଏହାପରେ କିନ୍ତୁ ଉଭୟଙ୍କୁ ବିଭିନ୍ନ ସମୟରେ ସ୍ପଟ କରାଯାଉଥିବାରୁ ଉଭୟଙ୍କ ରିଲେସନଶିପକୁ ନେଇ ଗସିପ୍‌ ହେଉଥିଲା। ନିକଟରେ ବିଦେଶରେ ଛୁଟିକାଟି ଫେରିଥିବା ସାରାଙ୍କୁ ରିସିଭ୍‌ କରିବାକୁ କାର୍ତ୍ତିକ ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ କ୍ୟାମେରାଠାରୁ ଉଭୟ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ। ଏବେ ପୁଣିଥରେ ଆଉ ଏକ ନୂଆ ଖବର ଆସିଛି। କାର୍ତ୍ତିକ କୁଆଡେ ତାଙ୍କର ପ୍ରତିଟି କାମ ପୂର୍ବରୁ ଭିଡିଓ କଲ୍‌ କରି ସାରାଙ୍କ ମତ ଲୋଡୁଛନ୍ତି। ନିକଟରେ କାର୍ତ୍ତିକ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଶୁଟିଂ କରିବା ପୂର୍ବରୁ ସେ କରିଥିବା ହେୟାର ଷ୍ଟାଇଲ, କଷ୍ଟ୍ୟୁମକୁ ନେଇ ଭିଡିଓ କଲ୍‌ ମାଧ୍ୟମରେ ସାରାଙ୍କ ମତ ନେଇଥିଲେ। ଆଉ ପ୍ରତିଦିନ କୁଆଡେ ଉଭୟ ଭିଡିଓ କଲ୍‌ ମାଧ୍ୟମରେ ପରସ୍ପର ସହ କଥା ହୁଅନ୍ତି ବୋଲି ଏବେ ଜଣାପଡିଛି। ଏମିତି ଖବର ଆସିବା ପରେ ଏବେ ପୁଣି ଥରେ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Share