Categories: ଜାତୀୟ

ଧରାପଡ଼ିଲେ ୩ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ: ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ପୋଲିସ୍‌ ଟିମ୍‌ ୩ ଜଣ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି। ସ୍ଥାନୀୟ ବଜିରାବାଦ୍‌ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଦିଲ୍ଲୀ ପୋଲିସ ଟିମ୍‌ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୂଚନାଯୋଗ୍ୟ, ଗତ ନଭେମ୍ବରରେ ଦିଲ୍ଲୀ ପୋଲିସ ପକ୍ଷରୁ ଗୋପାଳପୋରା ଅଞ୍ଚଳରେ ଚଢ଼ାଉ କରାଯାଇ ୩ ଆଇଏସ୍‌ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା। ସେମାନେ ରାସମେଲ ଅଞ୍ଚଳରେ ହେବାକୁଥିବା ମେଳାରେ ଆଇଇଡି ବିସ୍ଫୋରଣ ଷଡ଼ଯନ୍ତ୍ର ରଚିଥିବା ପୋଲିସ ପକ୍ଷରୁ କୁହାଯାଇଥିଲା।

Share