Categories: ଜାତୀୟ

ଧରାପଡିଲେ ୪ ଆତଙ୍କବାଦୀ

ଶ୍ରୀନଗର, ୭।୧୧: ଜମ୍ମୁ-କଶ୍ମୀରର ସୋପାରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଗୁରୁବାର ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋପାରରେ ସେମାନେ ବଡ ଆକ୍ରମଣ ଯୋଜନା କରୁଥିଲେ ବୋଲି ଭାରତୀୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଆତଙ୍କବାଦୀମାନେ ହେଲେ ରମିଜ ଅହମଦ ମଲ୍ଲା, ରିୟାଜ୍‌ ଖାଲିଲ ପାରେ, ଓ୍ବାସିମ୍‌ ମଞ୍ଜୁର ଗାଜି ଏବଂ ଇଖଲାକ ଇମତିଆଜ୍‌। ସେମାନଙ୍କଠାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗୁଇନ୍ଦା ବିଭାଗ ସୁତ୍ରକୁ ଖବର ମିଳିବା ପରେ ସୋପାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Share