Categories: ଜାତୀୟ

ଧରାପଡିଲେ ୮୧ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଉଥିବା ଯୁବକ

ନୂଆଦିଲ୍ଲୀ,୧୦।୯: ଅହମ୍ମଦାବାଦର ଜୟେଶ ପଟେଲ ନାମକ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ୮୧ବର୍ଷୀୟ ବୃଦ୍ଧ ବେଶରେ ସଜାଇ ସୋମବାର ଆମେରିକା ଯିବାକୁ ଚେଷ୍ଟା କରୁଥିବା ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ଧରାପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଉକ୍ତ ଯୁବକ ଜଣକ ଅମରିକ ସିଂ ନାମରେ ପାସପୋର୍ଟ କରି ଆମେରିକା ଯିବାକୁ ଚେଷ୍ଟା କରୁଥିବା ବେଳେ ସିଆଇଏସ୍‌ଏଫ୍‌ ହାତରେ ଧରାପଡିଛନ୍ତି। ଏଥିପାଇଁ ଯୁବକ ଜଣକ ମୁଣ୍ଡ କେଶ ଓ ଦାଢି କଳା କରିବା ସହ ଏକ ଜିରୋ ପାଓ୍ବାର ଚଷମା ପିନ୍ଧି ହ୍ବିଲ ଚେୟାରରେ ଏୟାର ପୋର୍ଟରେ ପହଞ୍ଚିଥିଲେ। ହେଲେ ଯାଞ୍ଚ ସମୟରେ ତାଙ୍କୁ ଚେୟାରରୁ ଉଠିବାକୁ କହିବାରୁ ସେ ନ ଉଠିବା ସହ ଆଖିରେ ଆଖି ମିଶାଇ କଥା ମଧ୍ୟ ହୋଇ ନ ଥିଲେ। ଏହା ଯାଞ୍ଚ କର୍ମଚାରୀଙ୍କ ସନ୍ଦେହକୁ ଆସିବାରୁ ଶେଷରେ ଯୁବକ ଜଣକ ଚେହେରା ବଦଳାଇ ଆମେରିକା ଯିବାକୁ ଚେଷ୍ଟା କରୁଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଦିଲ୍ଲୀ ପୋଲିସର ଜିମା ଦିଆଯାଇଛି।

Share