ଧରା ପଡ଼ିଲା ଇମ୍ରାନ୍‌ଙ୍କ ବନ୍ଧୁ ଚେହେରା: ହାଫିଜ୍‌ ସଇଦ୍‌ଙ୍କ ପାଇଁ ମାଗିଲେ ଟଙ୍କା

ଇସଲାମାବାଦ୍‌,୨୬।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବନ୍ଧୁ ଚେହେରା ଏବେ ଧରା ପଡ଼ିଯାଇଛି। ଭାରତ ଉପରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ କରାଇଥିବା ବିଶ୍ୱ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କ ପାଇଁ ଇମ୍ରାନ୍‌ ଜାତିସଂଘକୁ ଅନୁରୋଧ କରିଛନ୍ତି। ଜାତିସଂଘ ପକ୍ଷରୁ ସଇଦ୍‌ଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ୍‌ ସିଜ୍‌ କରିଦିଆଯାଇଛି। ଇମ୍ରାନ୍‌ ସଇଦ୍‌ଙ୍କ ଲାଗି ଦେଢ଼ ଲକ୍ଷ ଟଙ୍କା ମାଗିଛନ୍ତି। ତାଙ୍କ ପରିବାର ଚଳାଇବା କଷ୍ଟକର ହେଉଥିବାରୁ ଏହା ଉପରେ ବିଚାର କରିବାକୁ ଇମ୍ରାନ୍‌ କହିଛନ୍ତି। ସଇଦ୍‌ ୨୦୦୧ରେ ଭାରତରେ ପାର୍ଲାମେଣ୍ଟ୍‌ ଉପରେ ଆକ୍ରମଣ କରାଇଥିଲେ। ଏହାପରେ ୨୦୦୬ରେ ମୁମ୍ବାଇ ଲୋକାଲ ବିସ୍ଫୋରଣ ଏବଂ ୨୦୦୮ରେ ମୁମ୍ବାଇରେ ହୋଇଥିବା ଆକ୍ରମଣର ସେ ମାଷ୍ଟର ମାଇଣ୍ଡ୍‌ ଥିଲେ। ଭାରତ-ପାକିସ୍ତାନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ହେବା ପରେ ସୂଚନା ଦେଇଥିଲେ। ତେବେ ଏବେ ଇମ୍ରାନ୍‌ ବିଶ୍ୱ ଆତଙ୍କବାଦୀ ଘୋଷିତ ସଇଦ୍‌ଙ୍କ ପାଇଁ ଜାତିସଂଘ ଦ୍ୱାରସ୍ଥ ହୋଇଥିବାରୁ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share