ଓଡ଼ଗାଁ,୨୬ା୪(ସ୍ବ.ପ୍ର.) : କୋଭିଡ୍-୧୯ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ପିଲାଙ୍କୁ ସ୍କୁଲ ଆସିବା ବାରଣ ରହିଛ। ଏହି ସମୟରେ ପିଲାଙ୍କୁ ଘର ଘର ବୁଲି ସ୍କୁଲ କର୍ତ୍ତୃପକ୍ଷ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ କରିବାକୁ ସରକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏପରିସ୍ଥଳେ ନୟାଗଡ଼ ଜିଲା ଓଡ଼ଗାଁରେ କେତେକ ଛାତ୍ରୀଛାତ୍ରୀଙ୍କୁ ସ୍କୁଲରେ ବହି ବାଣ୍ଟୁଥିବା ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ପରେ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ରବିବାର ଘର ଘର ବୁଲି ୧୦୫ ପିଲାଙ୍କୁ ବହି ବାଣ୍ଟିଛନ୍ତି। ଅନ୍ୟପକ୍ଷରେ ବିଇଓ ପିଲାଙ୍କୁ ସ୍କୁଲକୁ ଡାକି ବହି ବାଣ୍ଟିବା ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇବା ପରେ ଅନ୍ୟ ସ୍କୁଲ ଶିକ୍ଷକମାନେ ଏନେଇ ସତର୍କ ହୋଇଯାଇଥିବା ଜଣାଯାଇଛି।