ଧରିତ୍ରୀର ପ୍ରଭାବ: ଅଧା ତିଆରି ରାସ୍ତାରେ ପଡିଲା ପିଚୁ

ମାଲକାନଗିରି, ୧୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ସୁବାଷ ବୋସ ଛକ ଠାରୁ ଦୈନିକ ବଜାର ଓ ପୁରୁଣା ଥାନା ଦେଇ ଆଇସିଆଇସିଆଇ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ମେଟାଲ ବିଛାଇ ଦୀର୍ଘ ଚାରିମାସ ବିତି ଯାଇଥିଲେ ମଧ୍ୟ ପିଚୁ କାମ ହୋଇ ନ ଥିବାରୁ ସେହି ରାସ୍ତାରେ ପ୍ରବଳ ଧୂଳି, ଏବଂ ଜାତାୟତରେ ବାଧାପ୍ରାପ୍ତ ହୋଇଥିବା ଖବର ଗତ ୧୩ ତାରିଖ ଦିନ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାକୁ ଗୁରୁତର ସହ ନେଇ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଗତ ରାତ୍ରରୁ ସେହି ରାସ୍ତାରେ ପିଚୁ କାର୍ଯ୍ୟ ଆରମ୍ଭ କରିଛନ୍ତିା ଯାହାଫଳରେ ଦୀର୍ଘମାସର ସମସ୍ୟା ଦୂର ହୋଇଛି। ପ୍ରକାଶ ଥାଉ କି, ମାଲାକାନଗିରି ପୌର ପରିଷଦ ମଧ୍ୟରେ ଥିବା ସୁବାଷ ବୋସ ଛକ ଠାରୁ ଦୈନକ ବଜାର, ପୁରୁଣା ଥାନା ଏବଂ ନୁଆ ଷ୍ଟେଟ ବ୍ୟାଙ୍କ ରାସ୍ତା ଗତ ଚାରିମାସ ତଳେ ମେଟାଲ ବିଛା ଯାଇଥିଲା। କିନ୍ତୁ ସେହି ରାସ୍ତାରେ ପିଚୁ କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ ସକାଳ ୮ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାରେ ପ୍ରବଳ ଧୂଳିମୟ ହେବାରେ ଲାଗିଥିଲା ା ବାରମ୍ବାର ଅଭି ଯୋଗ କରିଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଦାୟିତ୍ୱରେ ଥିବା ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ ା ଖବର ପ୍ରକାଶ ପରେ ଏହି ରାସ୍ତାରେ ପିଚୁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଞ୍ଚଳର ସମସ୍ୟା ଦୂର ହୋଇଛିା