ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ସଂଯୋଗ ହେଲା ବିଦ୍ୟୁତ୍‌

କୋରକେଣ୍ଡା,୨୨ା୧(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ସଦର ପଞ୍ଚାୟତବୁଦୁଗୁଡା ଗ୍ରାମରେ ପ୍ରାୟ ୬ମାସ ହେବ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଫଳରେ ଲୋକେ ସନ୍ଧ୍ୟା ହେଲେ ଡିବି, ଲଣ୍ଠନ ଜାଳି ଚଳୁଥିଲେ। ଗ୍ରାମବାସୀଙ୍କ ଉପରେ ସେସୁର ବିଦ୍ୟୁତ୍‌ ବିଲ୍‌ ବକେୟା ଥିବାରୁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିଲା। ତେବେ ଗ୍ରାମବାସୀ ସେସୁ ଏସଡିଓଙ୍କ ପରାମର୍ଶ ଅନୁଯାୟୀ ଆମେ ବିଦ୍ୟୁତ୍‌ ଦେୟ ପଇଠ କରିଛୁ, ମାତ୍ର ସେସୁ ବିଦ୍ୟୁତ୍‌ ସଂଯୋଗ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏନେଇ ଧରିତ୍ରୀରେ ଗତ ୧୪ ତାରିଖରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ସେସୁ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ମଙ୍ଗଳବାର ନୂତନ ଟ୍ରାନ୍ସଫର୍ମର ବସାଇ ବିଦ୍ୟୁତ୍‌ ସଂଯୋଗ ଦେଇଛନ୍ତି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଏହି ଗ୍ରାମରେ ୧୫ ପରିବାର ରହିଛନ୍ତି। ବିଦ୍ୟୁତ ନ ଥିବା ବେଳେ ସେମାନେ ସମସ୍ୟାର ସମ୍ମୁଖୀନ ହେବା ସହ ସେମାନଙ୍କ ପିଲାମାନେ ରାତିରେ ପାଠପଢାରୁ ବଞ୍ଚତ୍ତ ହେଉଥିଲେ।

Share