ଧର୍ମଗଡ଼ ବିଧାୟକଙ୍କ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

କୋକସରା,୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ମୌଷୋଧି ବାଗ ସୋମବାର କୋକସରା ବ୍ଲକ ଗସ୍ତ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଉପସ୍ଥିତ କର୍ମକର୍ତ୍ତାମାନେ ବିଧାୟକଙ୍କୁ ସ୍ବାଗତ କରିଥିଲେ। ଏହା ପରେ ବିଧାୟକ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରଥମେ ସମସ୍ତ ୱାର୍ଡ଼ରେ ଥିବା ରୋଗୀମାନଙ୍କୁ ଭେଟି ଫଳ ବଣ୍ଟନ କରିବା ସହ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହା ପରେ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସୂତି ବିଭାଗ କର୍ମଚାରୀମାନଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡ. ତତ୍ତଦର୍ଶି ଦାସ ଓ ବିପିଏମ. ଏମ୍‌ ରାଜ ଶେଖରଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର କ’ଣସବୁ ଅସୁବିଧା ରହିଛି ତଥା ନିରାମୟ ଯୋଜନା ଓ ପ୍ରସୂତିମାନଙ୍କୁ ମିଳୁଥିବା ସୁବିଧା ଉପରେ ପଚରି ବୁଝିଥିଲେ । ବିଧାୟକଙ୍କ ଗସ୍ତ ସମୟରେ କୋକସରା ବ୍ଲକ୍‌ ସଭାପତି ସୁଶାନ୍ତ ବେହେରା, ସମ୍ପାଦକ ପଞ୍ଚକ ପୋଢ, ରମେଶ ଦୁର୍ଗା, ମାନସ ରଞ୍ଜନ ବାଗ, ପ୍ରମୋଦ ପ୍ରଧନି, ଜନ୍ମେଜୟ ଦଳପତି, ମହେଶ ଗୁପ୍ତା, ମହେନ୍ଦ୍ର ନେଗି, କେଶବ ନାଏକ, ବସନ୍ତ ପଟ୍ଟନାୟକ, ସନ୍ତୋଷ ନାଏକ, ଅଜୟ ସାହୁ, ବିଶ୍ୱନାଥ ପଟ୍ଟନାୟକ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।