ଧର୍ମଘଟ ପାଇଁ ମୟୂରଭଞ୍ଜ ଜିଲାରେ ସ୍କୁଲ, କଲେଜ ଛୁଟି

ବାରିପଦା ଅଫିସ,୮ା୧- ବିଭିନ୍ନ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଏଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ଜିଲାର ସମସ୍ତ ସ୍କୁଲ, କଲେଜକୁ ଦିନିକିଆ ଛୁଟି ଘୋଷଣା କରିଛନ୍ତି। ଏନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୭(୭ା୧ା୨୦୨୦)ରେ ସୂଚନା ପ୍ରଦାନ କରାଯାଇଛି।
ଅନ୍ୟପକ୍ଷେ ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ବୁଧବାର ହେବାକୁ ଥିବା ପରୀକ୍ଷାକୁ କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଘୁଞ୍ଚାଇ ଦିଆଯାଇଛି। ଏନେଇ ବିଶ୍ୱବିଦ୍ୟାଳୟର ପତ୍ର ସଂଖ୍ୟା ୬୪ (୭ା୧ା୨୦୨୦)ରେ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ପିଜି ବିଭାଗର ପ୍ରଥମ ଓ ପଞ୍ଚମ ସେମିଷ୍ଟର ପରୀକ୍ଷା ୨୭ ଜାନୁୟାରୀ, ଏଲଏଲବିର ପ୍ରଥମ ସେମିଷ୍ଟର ପରୀକ୍ଷା ୧୭ ଜାନୁୟାରୀ, ସ୍ପେଶାଲ ବିଇଡିର ଷଷ୍ଠ ସେମିଷ୍ଟର ପରୀକ୍ଷା ୨୨ ଜାନୁୟାରୀ ଓ ନର୍ସିଂ ବିଭାଗର ପ୍ରଥମ ସେମିଷ୍ଟର ପରୀକ୍ଷା ୧୦ ଜାନୁୟାରୀକୁ ଘୁଞ୍ଚାଇ ଦିଆଯାଇଛି।