ମୁମ୍ବାଇ,୨୫-୧: ୩୧ ଜାନୁୟାରୀଠାରୁ ଆରମ୍ଭ ହେଉଥିବା ୨ ଦିନିଆ ଦେଶ ବ୍ୟାପି ବ୍ୟାଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ କାରବାର ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଏହି ସମୟରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇପାରେ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଧର୍ମଘଟ ସମୟରେ ବ୍ୟାଙ୍କ କାର୍ଯ୍ୟାଳୟ ଏବଂ ଶାଖାଗୁଡିକର କାର୍ଯ୍ୟସ୍ଥିତି ଯେଭଳି ସ୍ବାଭାବିକ ରହେ ସେ ଦିଗରେ ଉଦ୍ୟମ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ବେତନ ସଂଶୋଧନ ନେଇ ସରକାରଙ୍କ ସହ ଆଲୋଚନା ବିଫଳ ହେବା ଯୋଗୁ ବ୍ୟାଙ୍କ ସଙ୍ଗଠନଗୁଡିକ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି।