Categories: ଜାତୀୟ

ଧର୍ମନିରପେକ୍ଷ ନୁହେଁ ଭାଜପା: ସିଦ୍ଧରମେୟା

ବେଙ୍ଗାଲୁରୁ,୩୦।୭: ଚଳିତବର୍ଷ କର୍ନାଟକର ଭାଜପା ସରକାର ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ନ କରିବାକୁ ଯୋଜନା କରୁଥିବା ଜଣାପଡିଛି। ବୁଧବାର କ୍ୟାବିନେଟ ବୈଠକ ପରେ ଏହା ସ୍ଥିର କରାଯିବ ବୋଲି କହିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ ବିଏ ସ୍‌ ୟେଦୁରପ୍ପା। ତେବେ ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି ଭାଜପା ଧର୍ମନିରପେକ୍ଷ ନୁହେଁ। ନଚେତ୍‌ ସେ ଏଭଳି କଥା ଚିନ୍ତା କରନ୍ତା ନାହିଁ। ସେ କହିଛନ୍ତି, ମୋ ମତରେ ଟିପୁ ସୁଲତାନ ହେଉଛନ୍ତି ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମୀ। ତେଣୁ ମୁଁ ତାଙ୍କ ଜୟନ୍ତୀ ପାଳନ କରିବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲି। ହେଲେ ଭାଜପା ଯେଉଁ ନିଷ୍ପତ୍ତି ନେବାକୁ ଯାଉଛି ତାହା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି।

Share