ଧର୍ମଶାଳା ବିଜେଡିର ମିଶ୍ରଣ ପର୍ବ

ଧର୍ମଶାଳା,୩ା୧୧(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଜେଡି କାର୍ଯ୍ୟାଳୟରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ରବିବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ା ଏହି ମିଶ୍ରର ପର୍ବରେ ସେବତିପୁର ଗ୍ରାମର ରବୀନ୍ଦ୍ର କୁମାର ନାୟକ, ଜଳଧର ମହାନ୍ତି, ବିଜୟ କୁମାର ନାୟକ, ଈଶ୍ୱର ନାୟକ, ଦିଲୀପ ନାୟକ, ସନ୍ତୋଷ ସାହୁ, ଗଦାଧର ସାହୁ, ଦେବୀ ପ୍ରସାଦ ନାୟକ, ସୁଧାଂଶୁ ନାୟକ, ସାଗର କବି, ଶଶୀକାନ୍ତ ନାୟକ ପ୍ରମୁଖ ବହୁକର୍ମୀ ଯୋଗଦେଇଥିଲେ। ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ ବିଧାୟକ ବଳବନ୍ତରାୟ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଜିଲା ବିଜେଡି ସମ୍ପାଦକ ପ୍ରିୟନାଥ ମହାପାତ୍ର, ପୂର୍ବତନ ଉପାଧ୍ୟକ୍ଷ ଜଳଧର ମହାନ୍ତି, ମିଡିଆ ସେଲ ଅଧ୍ୟକ୍ଷ ସଂଗ୍ରାମ ଜେନା, ବ୍ଲକ ବିଜେଡି ସଭାପତି ନିରଞ୍ଜନ ବଳ, ଅଭୟପୁର ସରପଞ୍ଚ ଶ୍ୟାମସୁନ୍ଦର ସାହୁ, ସମିତି ସଭ୍ୟ ସୁଦାମ ବେହେରା, ନିର୍ମଳ ପ୍ରଧାନ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।