ଗୁଣପୁର,୧୮ା୬(ଡି.ଏନ୍.ଏ.)- ରାୟଗଡ଼ା ଜିଲ୍ଲା ଗୁଣପୁରଠାରେ ଧର୍ମାନ୍ତରୀକରଣକୁ ନେଇ ସୋମବାର ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚତ୍ ଉଭୟପକ୍ଷଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ଏପରି କାର୍ଯ୍ୟ ଆଉ କରିବୁ ନାହିଁ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଘଟଣାରୁ ଜଣାପଡିଛି ସହରର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ସୁଇପର କଲୋନୀରେ ଧର୍ମାନ୍ତରୀକରଣ ଚାଲିଥିବା ନେଇ ଆରଏସ୍ଏସର କେତେକ କର୍ମକର୍ତ୍ତା ଖବରପାଇ ସେଠାକୁ ଯାଇଥିଲେ । ଘଟଣା ସ୍ଥଳରେ ପହଞ୍ଚତ୍ ସେମାନେ ଧର୍ମାନ୍ତରୀକରଣ କାର୍ଯ୍ୟକୁ ବିରୋଧ କରି ଏପରି ନ କରିବାକୁ କହିଥିଲେ। ମାତ୍ର ସମ୍ପୃକ୍ତ ବ୍ୟକ୍ତିମାନେ ତାହା ଶୁଣି ନ ଥିଲେ। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଘଟଣା ନେଇ ପୋଲିସ ନିକଟରେ ଖବର ପହଞ୍ଚତ୍ବା ପରେ ପୋଲିସ ପହଞ୍ଚତ୍ ତନାଘନା କରିଥିଲା। ଧର୍ମାନ୍ତରୀକରଣ କରୁଥିବା ଲୋକମାନେ ଆଗକୁ ଏପରି କରିବୁ ନାହିଁ ବୋଲି ପୋଲିସ ସମ୍ମୁଖରେ କହିବା ପରେ ପରିସ୍ଥିତି ସୁଧୁରିଥିଲା। ତେବେ ଘଟଣା ନେଇ ପୋଲିସ ଉଭୟପକ୍ଷଙ୍କୁ ଥାନାକୁ ଡ଼କାଇଥିବା ଜଣାପଡିଛି ।