ଧର୍ମେନ୍ଦ୍ରଙ୍କୁ ପ୍ରସନ୍ନଙ୍କ ଉତ୍ତର: କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ପ୍ରଧାନମନ୍ତ୍ରୀ ବି ଗୋଟିଏ ଆସନ ଛାଡ଼ିଛନ୍ତି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ନେଇ ପ୍ରଚାର କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ବିଜେପୁର ଛାଡ଼ିଦେଲେ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରସନ୍ନ। ସେ କହିଛନ୍ତି, କେବଳ ମୁଖ୍ୟମନ୍ତ୍ରୀ ଯେ ଗୋଟିଏ ଆସନ ଛାଡ଼ିଛନ୍ତି ତାହା ନୁହେଁ। ଦେଶର ପ୍ରଧାନମନ୍ତ୍ରୀ ବି ଛାଡ଼ିଛନ୍ତି। ଏହା ସାମ୍ବିଧାନିକ ପ୍ରକ୍ରିୟାର ଏକ ଅଂଶ ବିଶେଷ। କେନ୍ଦ୍ର ସରକାର ବିକାଶର ନାରା ଦେଇଥିଲେ। ତେବେ କେଉଁ କ୍ଷେତ୍ରରେ ବିକାଶ ହୋଇଛି ତାହାର ଏକ ତାଲିକା ଦେବେ କି ବୋଲି ସେ ଧର୍ମେନ୍ଦ୍ରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି।
ଅପରପକ୍ଷେ କଂଗ୍ରେସ ବିଜେଡିର ‘ବି’ ଟିମ୍‌ ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ର କରିଥିବା କଟାକ୍ଷକୁ ନେଇ ସେ କହିଛନ୍ତି, କିଏ କାହାର ବି ଟିମ୍‌ ସେ ନେଇ ଭାଜପା ଏବଂ କଂଗ୍ରେସର ପ୍ରତିନ୍ଦ୍ୱନ୍ଦିତା ଚାଲିଛି। ବିଜେଡି ‘ବି’ ଟିମ୍‌ ପ୍ରତିନ୍ଦ୍ୱନ୍ଦିତା ଭିତରେ ନାହିଁ। ଗତ ନିର୍ବାଚନରେ ଭାଜପା ଜିତିବ ବୋଲି କହିିଥିଲା। ୨୧ ପରେ ବି ଦଳ ଉତ୍ତର ପାଇଯିବ ବୋଲି ପ୍ରସନ୍ନ କହିଛନ୍ତି।

Share