Categories: ଜାତୀୟ

ଧର୍ମେନ୍ଦ୍ରଙ୍କ ମୁଣ୍ଡରେ ପୁଣି ସୁନା କଳସ: ପିଏମ୍‌ଓରୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଣ୍ଡରେ ପୁଣି ସୁନା କଳସ ଢ଼ଳା ହୋଇଛି। ସେ ପୁଣିଥରେ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରୁ ତାଙ୍କ ପାଖକୁ ଶପଥ ଗ୍ରହଣ କରିବା ପାଇଁ ଫୋନ୍‌ କଲା ଆସିଛି। ଏନେଇ ଧର୍ମେନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବେଶ୍‌ ଉତ୍ସାହରେ ସେମାନେ ଉତ୍ସବର ଆୟୋଜନ କରୁଥିବା କୁହାଯାଉଛି। ସୂଚନାଯୋଗ୍ୟ, ପୂର୍ବରୁ ମୋଦିଙ୍କ କ୍ୟାବିନେଟ୍‌ରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

Share