ଧର୍ମ ପାଇଁ ଗୀତ ଗାଇବା ଛାଡ଼ିଦେଲେ ଏହି ଗାୟିକା

ପାକିସ୍ତାନର ସଙ୍ଗୀତ ଜଗତରେ ଏକ ଚକିତ ଖବର ଶୁଣିବାକୁ ମିଳିଛି। ସୁଫି ଗାୟିକା ଶାଜିୟା ଖୁସ୍‌କ ସଙ୍ଗୀତ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଦେଇଛନ୍ତି। ଆଉ ଗୀତ ଗାଇବେ ନାହିଁ ବୋଲି ଘୋଷଣା କରିଦେଇଛନ୍ତି। ପାକିସ୍ତାନୀ ପ୍ରଶଂସକମାନେ ମଧ୍ୟ ତାଙ୍କ କଥାକୁ ମାନି ନେଇଛନ୍ତି। ଏକ ରିପୋର୍ଟ ଅନୁସାରେ,‘ଲାଲ୍‌ ମେରୀ ପତ’ ଏବଂ ‘ଦାନେ ପେ ଦାନା’ ପରି ଲୋକପ୍ରିୟ ଗୀତ ଗାଇ ସେ ବେଶ୍‌ ପରିଚିତ ଲାଭ କରିଛନ୍ତି। ଶାଜିୟା ସୁଫି ଗାୟିକା ସହ ସିନ୍ଧି ଲୋକ କଳାକାର ଭାବରେ ବି ଜଣାଶୁଣା। ଗୀତ ଗାଇବା ଛାଡ଼ିବା ପଛରେ ଏକ କାରଣ ରହିଛି। ସେ କହିଛନ୍ତି, ନିଜକୁ ସମ୍ପୂର୍ଣ୍ଣ ଇସ୍‌ଲାମୀ ଭାବେ ଗଢ଼ିବାକୁ ଚାହୁଁଛନ୍ତି। ତେଣୁ ଏପରି ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି ପ୍ରଶଂସକଙ୍କୁ ସୋସିଆଲ ମିଡିଆ ଜରିଆରେ ଜଣାଇ ସାରିଛନ୍ତି।

କହିରଖୁଛୁ, ଏହା ପୂର୍ବରୁ ନ୍ୟାଶ୍‌ନାଲ ଆଓ୍ବାର୍ଡ ପାଇଥିବା ଅଭିନେତ୍ରୀ ଜାଇରା ଓ୍ବାସିମ୍‌ ମଧ୍ୟ ଧର୍ମ ପାଇଁ ଅଭିନୟ ଦୁନିଆ ଛାଡ଼ି ଦେଇଥିଲେ। ଜାଇରା ସୋସିଆଲ ମିଡିଆରେ ଲେଖିଥିଲେ, ଏହି ଲାଇନ୍‌ ଛାଡ଼ିବା ପାଇଁ ୫ ବର୍ଷ ପୂର୍ବରୁ ଭାବିଥିଲି। ଆଲ୍ଲାଙ୍କୁ ସମୟ ଦେଇପାରୁ ନ ଥିଲି। ମୁଁ ଏବେ ପୂରା ଫିଟ୍‌। ଏଥିସହିତ କୋରାନ୍‌ ବିଷୟରେ ବି କିଛି କଥା ପୋଷ୍ଟ କରିଥିଲେ।

Share