Categories: ଖେଳ

ଧାଓ୍ବନଙ୍କ ଶତକ: ଅଷ୍ଟ୍ରେଲିଆକୁ ୩୫୩ ରନ୍‌ର ଟାର୍ଗେଟ ଦେଲା ଭାରତ

ଓଭାଲ, ୯।୬: ବିଶ୍ୱକପରେ ଭାରତ ଓ ଅଷ୍ଟ୍ରେଲିଆ ଚାଲିଥିବା ଏକ ମ୍ୟାଚରେ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩୫୩ ରନ୍‌ର ଟାର୍ଗେଟ ଦେଇଛି ଭାରତ। ଓପନର ଶିଖର ଧୱନଙ୍କ ଶତକ, ଅଧିନାୟକ ବିରାଟ କୋହଲି (୮୨) ଓ ରୋହିତ୍‌ ଶର୍ମା (୫୭)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୫୨ ରନର ବିଶାଳ ସ୍କୋର କରିଛି ଭାରତ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଦୁଇ ଓପନର୍‌ ଦୁଇ ଓପନର ରୋହିତ ଓ ଧାୱନ ଧୈର୍ଯ୍ୟର ସହ ବ୍ୟାଟିଂ ଆରମ୍ଭ କରିଥିଲେ। ଭାରତର ସ୍କୋର ୧୨୭ ଥିବା ବେଳେ ରୋହିତଙ୍କୁ ନେଥନ କୁଲ୍ଟର-ନାଇଲ ଆଉଟ କରିଥିଲେ। ରୋହିତ୍‌ ୭୦ ବଲରେ ୩ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟତମ ଓପନର ଧାୱନ ଅଦତ୍ନାୟକ ବିରାଟଙ୍କ ସହ ମିଶି ପାଳି ସମ୍ଭାଳି ଥିଲେ। ଧାୱନ ୧୦୯ ବଲରେ ୧୬ ଚୌକା ସହ ୧୧୭ ରନ କରି ଆଉଟ ହୋଇଥିଲେ। ଧାଓ୍ବନ ଆଉଟ୍‌ ହେବା ପରେ କ୍ରିଜ୍‌କୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ସେ ବିରାଟଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ୮୧ ରନର ଭାଗିଦାରୀ କରିଥିଲେ। ପାଣ୍ଡ୍ୟା ୨୭ ବଲରେ ୪ ଚୌକା ଓ ୩ ଛକା ସହ ୪୮ ରନ କରି ଆଉଟ ହୋଇଥିଲେ। ଧୋନୀ ୧୪ ବଲରେ ୩ ଚୌକା ଓ ୧ ଛକା ସହ ୨୭ ରନ କରି ଆଉଟ ହୋଇଥିଲେ। ବିରାଟ ୭୭ ବଲରେ ୪ ଚୌକା ଓ ୨ ଛକା ସହ ୮୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟୋଇନିସ ୨ଟି, କମିନ୍ସ, ଷ୍ଟାର୍କ ଓ କୁଲ୍ଟର-ନାଇଲ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Share