Categories: ଖେଳ

ଧାଓ୍ବନ ଶୂନ୍ୟରେ ଆଉଟ; ଦିଲ୍ଲୀକୁ ହରାଇଲା ଜମ୍ମୁ-କଶ୍ମୀର

ସୁରଟ,୧୫।୧୧(ପି.ଟି.)- ଶିଖର ଧାଓ୍ବନ ତାଙ୍କର ପ୍ରଥମ ସୟଦ ମୁସ୍ତାକ ଅଲି ଟି୨୦ ମ୍ୟାଚ୍‌ରେ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ଦିଲ୍ଲୀକୁ ୮ ଉଇକେଟରେ ଜମ୍ମୁ-କଶ୍ମୀର ପରାସ୍ତ କରିଛି। ଏହା ଚଳିତ ଟୁର୍ନାମେଣ୍ଟରେ ଦିଲ୍ଲୀର ପ୍ରଥମ ପରାଜୟ। ନୀତୀଶ ରାଣାଙ୍କ ବିସ୍ଫୋରକ ୫୦ ରନ୍‌ ଯୋଗୁ ଦିଲ୍ଲୀ ଧାର୍ଯ୍ୟ ୨୦ ଓଭରରେ ୧୬୫ ରନ୍‌ କରିଥିଲା। ୩୦ ବଲ ଖେଳିଥିବା ରାଣାଙ୍କ ଇନିଂସରେ ଅଧା ଡଜନ ଛକା ସାମିଲ ଥିଲା। ଜବାବରେ ଜମ୍ମୁ-କଶ୍ମୀର ୧୫.୫ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ବିଜୟ ଦଳ ପାଇଁ ଶୁଭମ ଖଜୁରିଆ ୪୯, ଜତିନ ଓ୍ବାଧଓ୍ବାନ ୪୮ ଓ ମନଜୁର ଦାର ୫୮ ରନ୍‌ କରିଥିଲେ। ଏହା ଜମ୍ମୁ-କଶ୍ମୀର ଦଳର ପ୍ରଥମ ବିଜୟ। ୨୦୧୮ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଦାରଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ କିଣିଥିଲା। କିନ୍ତୁ ସେ ଖେଳିବାକୁ ସୁଯୋଗ ପାଇ ନ ଥିଲେ। ଗୁରୁବାର ଏଭଳି ଇନିଂସ ବଳରେ ଦାର କୌଣସି ଫ୍ରାଞ୍ଚାଇଜକୁ ଆକୃଷ୍ଟ କରିପାରନ୍ତି।

Share