ଧାନକଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଚାଷୀଙ୍କ ମୃତ୍ୟୁ

ବସ୍ତା, ୧୦।୫ (ଡି.ଏନ.ଏ)- ବସ୍ତା ବ୍ଲକ ଅନ୍ତର୍ଗତ ପହଣା ଗ୍ରାମରେ ଧାନକଟାକୁ କେନ୍ଦ୍ର କରି ଆକ୍ରମଣ ଯୋଗୁ ଗରାଙ୍ଗ ସୁର (୬୦) ନାମକ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ପାଚିଲା ଧାନ କାଟି ଆଣି ରଖୁଥିବା ବେଳେ ଅତର୍କିତ ଭାବେ ସଂଘବଦ୍ଧଭାବେ ଆକ୍ରମଣର ଶିକାର ହୋଇ ସେ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସିଂଲା ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।