ଧାନକିଣା ସ୍ଥିତି ସୁଧୁରୁନି

ବଲାଙ୍ଗୀର ଅଫିସ, ୫ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ସ୍ଥିତି ସୁଧୁରିନାହିଁ। ପ୍ରଥମରୁ ଟୋକନ ଅବ୍ୟବସ୍ଥାକୁ ନେଇ ଚାଷୀ ହରଡ଼ଘଣାରେ ପଡିଛନ୍ତି। ଏଯାବତ୍‌ ଏଥିରୁ ନିସ୍ତାର ପାଇ ନ ଥିବା ଚାଷୀ ଏବେ ମଣ୍ଡି ବା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ଏହା ବିକ୍ରି ହୋଇପାରୁ ନ ଥିତ୍ବାରୁ ଚିନ୍ତାରେ ପଡିଛି। ବଲାଙ୍ଗୀର ଆରଏମ୍‌ସି ଅନ୍ତର୍ଗତ ଝାଙ୍କରପାଲି ପ୍ୟାକ୍ସରେ ଗତ ୬ ଦିନ ହେଲା ଚାଷୀମାନେ ବିକ୍ରୟ କରିବାକୁ ଆଣିଥିତ୍ବା ଧାନ କିଣାଯାଇନାହିଁ। ଫଳରେ ଚାଷୀମାନେ ହରଡଘଣାରେ ପଡିଛନ୍ତି ା ଝାଙ୍କରପାଲି ପ୍ୟାକ୍ସରେ ବୁଧବାର ୭୫୦ ବସ୍ତା ଧାନ ଗଚ୍ଛିତ ରହିଥିବା ଜଣାପଡିଛି ା ୧୦ ଜଣ ଚାଷୀଙ୍କ ଏହି ସବୁ ଧାନ ଗତ ଶୁକ୍ରବାରଠାରୁ ପ୍ୟାକ୍ସରେ ପଡିଛି। ଶୁକ୍ରବାର ଏହି ପ୍ୟାକ୍ସରେ ଧାନ କିଣାଯିବା ତାରିଖ ଧାର୍ଯ୍ୟ ରହିଥିଲା ା ଟୋକନ ପାଇଥିବା ୧୦ ଜଣ ଚାଷୀ ପ୍ୟାକ୍ସକୁ ଧାନ ଆଣିଥିଲେ ା ମାତ୍ର ଆରଏମ୍‌ସି ତରଫରୁ କୌଣସି ଅଧିକାରୀ ନ ଆସିବାରୁ ଧାନକିଣା ଯାଇପାରି ନ ଥିଲା ା ଶନିବାର ମଧ୍ୟ କେହି ଅଧିକାରୀ ଆସିନଥିଲେ ା ଫଳରେ ଚାଷୀଙ୍କ ଧାନକୁ ପ୍ୟାକ୍ସ ଗୋଦାମରେ ରଖାଯାଇଥିଲା। ଗତ ୬ ଦିନ ହେଲା ଗୋଦାମରେ ଧାନ ରହିଥିଲେ ମଧ୍ୟ ଏହାକୁ କିଣାଯାଇନାହିଁ ା ଚାଷୀମାନେ ପ୍ରତିଦିନ ପ୍ୟାକ୍ସକୁ ଆସି ନିରାଶ ହୋଇ ଫେରୁଛନ୍ତି ା କୁଟୁମଡୋଲା ଗ୍ରାମର ଚାଷୀ ବୀରଭଦ୍ର ନାଏକ ବିକ୍ରୟ ପାଇଁ ୭୦ କିଇଣ୍ଟାଲ ଧାନ ଆଣି ରଖିଛନ୍ତି ା ସେ କହିଛନ୍ତି ଯେ, ଗତ ୬ ଦିନ ହେଲା ତାଙ୍କର ଧାନ କିଣା ହୋଇନାହିଁ ା ପ୍ରତିଦିନ ପ୍ୟାକ୍ସକୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ରହି ଫେରୁଛନ୍ତି ା ଏହି କାରଣରୁ ତାଙ୍କର ଅନ୍ୟାନ୍ୟ କାମ ଅଟକି ରହିଛି ା ବାନ୍ଧନଘୋରର ଚାଷୀ ଡାକ୍ତର ବିଶ୍ୱାଳ ୩୯ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଆଣିଛନ୍ତି ା ସେ କହିଛନ୍ତି ଯେ, ପ୍ରତିଦିନ ଆରଏମ୍‌ସି ଅଧିକାରୀମାନେ ଆସିବେ ବୋଲି କହୁଥିଲେ ବି ୬ ଦିନ ହେଲା ଆସିନାହାନ୍ତି ା ବଲାଙ୍ଗୀରରୁ ମାତ୍ର ୧୨କିଲୋମିଟର ଦୂର ଝାଙ୍କରପାଲି ପ୍ୟାକ୍ସକୁ ଆରଏମ୍‌ସି ଅଧିକାରୀମାନେ ଯାଇପାରୁ ନ ଥିବାରୁ ଧାନକିଣା ହେଉ ନ ଥିବାବେଳେ ଅନ୍ୟ ଦୂର ସ୍ଥାନର ଅବସ୍ଥା କ’ଣ ଥିବ ବୋଲି ଚାଷୀମାନେ ପ୍ରା୍‌ନ କରିଛନ୍ତି ା କୁଟୁମଡୋଲାର ଚାଷୀ ବିନାୟକ ପ୍ରସାଦ ସିଂଦେଓ ପ୍ୟାକ୍ସରେ ଧାନକିଣା ଆରମ୍ଭ ହୋଇ ନ ଥିବାରୁ ବିକ୍ରି ପାଇଁ ସେ ଧାନ ଆଣିପାରୁ ନ ଥିବା କହିଛନ୍ତି ା ଅଧିକାରୀମାନେ ମନମୁଖୀ କାମ କରୁଥିତ୍ବା ଅଭିଯୋଗ କରିଛନ୍ତି ା ଏ ନେଇ ପ୍ୟାକ୍ସରେ ଉପସ୍ଥିତ ଥିବା ଡାଟା ଏଣ୍ଟ୍ରି ଅଫରେଟର୍ସ (ଡିଇଓ) ଫରୋଜ ବିଶ୍ୱାଳଙ୍କୁ ପଚରାଯିବାରୁ ଆରଏମ୍‌ସି ଅଫିସରୁ କେହି ଆସି ନ ଥିବାରୁ ଧାନ କିଣା ହେଉନଥିତ୍ଲା ବୋଲି କହିଥିଲେ। ତେବେ ବୁଧବାର ଜଣେ କ୍ୱାଲିଟି ଅଫିସର ଆସିଛନ୍ତି। ସେ ଧାନର ଟେଷ୍ଟିଂ କଲାପରେ ଧାନ କିଣାଯିବ ବୋଲି କହିଛନ୍ତି। ବୁଧବାର ସ୍ବାସ୍ଥ୍ୟ ସଚିବ ତଥା ଜିଲା ନୋଡାଲ କମିଶନର ଡା ପ୍ରମୋଦ କୁମାର ମେହେର୍ଦ୍ଦା ବଲାଙ୍ଗୀର ଜିଲା ଗସ୍ତରେ ଆସି ଝାଙ୍କରପାଲି ଆଶ୍ରମ ବିଦ୍ୟାଳୟ, ଅଙ୍ଗନୱାଡି ପରିଦର୍ଶନ କରିଥିଲେ। ତେବେ ଏହି ଆଶ୍ରମ ବିଦ୍ୟାଳୟକୁ ଲାଗି କରି ଥିବା ପ୍ୟାକ୍ସକୁ ତାଙ୍କ ଦୃଷ୍ଟି ପଡି ନ ଥିଲା। ଫଳରେ ଚାଷୀଙ୍କ ଦୁର୍ଦ୍ଦଶା ଦେଖିପାରି ନ ଥିଲେ। ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।