ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁ ଗୁରୁତର

କୋକସରା,୩୦।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ବିଜମରା ଗ୍ରାମରେ ଶନିବାର ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା ଜଣାପଡ଼ିଛି।
ସେମାନେ ହେଲେ ଉକ୍ତ ଗ୍ରାମର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଓ ଡେଜି। ଅନ୍ୟ ଜଣେ କୁଚିଣ୍ଡା ଗ୍ରାମର ରଚନା ରାଉତ। ରଚନା ନିଜ ମାମୁ ଘର ବିଜମରାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି। ଏହି ତିନି ଜଣଙ୍କ ବୟସ ୪ରୁ ୫ ବର୍ଷ ହେବ ।

Share