Advertisement

ଧାନଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାମାଳ,୧୧।୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଖଟଖଟିଆ ପଞ୍ଚାୟତର ସିନ୍ଦୁରପୁର ଗାଁରେ ଜଣେ ଚାଷୀଙ୍କ ଧାନ ଖଳାରେ ବୁଧବାର ଭୋରୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଚାଷୀ ମନୋଜ ଭୋଇଙ୍କ ଧାନ ଖଳାରେ ଥିବା ସମ୍ପୂର୍ଣ୍ଣ ଧାନ ପୋଡି ନଷ୍ଟ ହୋଇଛି। ଖବରପାଇ ସୋନପୁର ଓ କଣ୍ଟାମାଳରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share