ଧାନଗଦାରେ ନିଆଁ ଲଗାଇଦେଲେ ଯୁବକ, ବଡ଼ସାହି ଥାନାରେ ଅଭିଯୋଗ କଲେ ଚାଷୀ

ବଡ଼ସାହି,୧।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ସୁହାଗପୁର ପଞ୍ଚାୟତ ଗୋଉଡ଼ମୁଣ୍ଡଳୀ ଗ୍ରାମର ଜନୈକ ଯୁବକ ଜଣେ ଚାଷୀଙ୍କ ଧାନଗଦାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଚାଷୀ ବିଜୟ ଶଙ୍ଖୁଆଳ କ୍ଷେତରେ ଧାନଗଦା ମାରିଥିଲେ। ମଙ୍ଗଳବାର ରାତିରେ ଯୁବକ ଜଣଙ୍କ ସେଥିରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଦେଖି ଗାଁ ଲୋକେ ବିଲରେ ପହଞ୍ଚତ୍ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ଚାଷୀଙ୍କ ୩ ଏକର ଜମିର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ବିଜୟ ଏ ନେଇ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।