ଧାନବାଦକୁ ଘାରିଛି କୁକୁର ଭୟ

ଧାନବାଦ: ରାସ୍ତା ସମସ୍ୟା କି ପରିମଳ ସମସ୍ୟାକୁ ନେଇ କୌଣସି ନଗର ନିଗମ ଚିନ୍ତିତ ହେଉଥିବାବେଳେ କୁକୁରଙ୍କୁ ନେଇ ଅସୁବିଧାରେ ପଡିଯାଇଛି ଝାଡ଼ଖଣ୍ଡର ଧାନବାଦ ସହର। ଆତଙ୍କବାଦୀଙ୍କ ଭୟ ସହରକୁ ଯେତିକି ନାହିଁ ତା’ଠାରୁ କୁକୁର ଭୟ ବେଶି ଘାରିଛି। ସହରରେ ପ୍ରତିଦିନ ୧୦୦ରୁ ୧୫୦ ଜଣ କୁକୁର କାମୁଡାରେ ଆକ୍ରାନ୍ତ ହେଉଛନ୍ତି। ବର୍ଷକୁ ୪୨,୦୦୦ ଲୋକ କୁକୁର କାମୁଡାର ଶିକାର ହୋଇ ଆଣ୍ଟି ରାବିସ ଇଞ୍ଜେକଶନ ନେଉଛନ୍ତି। ସକାଳ ହେବା କ୍ଷଣି କୁକୁରଙ୍କ ଆତଙ୍କ ଆରମ୍ଭ ହୋଇଯାଉଛି। ବୁଲାକୁକୁରଙ୍କ ବଂଶବୃଦ୍ଧି ରୋକିବାକୁ ୨୦୧୬ରେ ହୋଇଥିବା ଯୋଜନା ଫାଇଲରେ ରହିଯାଇଛି। ଷ୍ଟ୍ରଟ୍‌ ଡଗ୍‌ ବାର୍ଥ କଣ୍ଟ୍ରୋଲ ସୋସାଇଟି ଗଠନ ବି କରାଯାଇ ସୋସାଇଟି ଆକ୍ଟରେ ପଞ୍ଜୀକରଣ କରାଯାଇଥିତ୍ଲା। କିନ୍ତୁ ତିନିବର୍ଷ ପରେ ତାହାକୁ ନବୀକରଣ କରାଯାଇିପାରନି। ୯ ସଦସ୍ୟ ବିଶିଷ୍ଟ ଏହି କିମିଟିରେ ତିନି ବର୍ଷ ମଧ୍ୟରେ ଥରେ ବୈଠକ ହୋଇଛି। ୬ଥର ସୋସାଇଟି ରେଜିଷ୍ଟ୍ରେଶନ ଲାଗି ଚିଠି ଲେଖାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ। ନଗର ନିଗମର ଅବହେଳା ଯୋଗୁ ଗତ ଏକବର୍ଷ ମଧ୍ୟରେ କୁକୁର ୯୦୦ ଶିଶୁଙ୍କୁ କାମୁଡି ସାରିଲେଣି।

Share