Posted inବରଗଡ଼

ଧାନବିକ୍ରି ନ ସରୁଣୁ ଟୋକନ ଗାଏବ, ମଣ୍ଡିରେ ଭିଜୁଛି ଧାନ

ବରଗଡ଼ ଅଫିସ୍‌,୧୬।୬- ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ମଣ୍ଡିରେ ସଂଗୃହୀତ ବହୁ ପରିମାଣର ଧାନ ବିକ୍ରି ହୋଇ ପାରି ନାହିଁ । କେତେକ ମଣ୍ଡିକୁ ମିଲର୍ସ ଆସୁ ନ ଥିବାରୁ ସେଠାରେ ଧାନ ଉଠାଣ ବନ୍ଦ ରହିଥିବାବେଳେ ଚାଷୀଙ୍କ ଟୋକନ ଗାଏବ ସମସ୍ୟା ଏବେ ଜଟିଳ ହୋଇ ପଡ଼ିଛି। ଏଥିପାଇଁ ଜିଲାର ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି । ଅନ୍ୟପଟେ ଜିଲାକୁ ମୌସୁମୀ ପ୍ରବେଶ କରିସାରିଛି । ତୁହାକୁ ତୁହା ବର୍ଷା ହେଉଛି । ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହିଥିବା ଧାନ ଭିଜି ନଷ୍ଟ ହେବାରେ ଲାଗିଛି । ଏପରିକି ପୂର୍ବରୁ ହୋଇଥିବା ବର୍ଷାରେ କେତେକ ସ୍ଥାନରେ ଧାନ ଗଜା ହୋଇଛି । ଏହା ଚାଷୀ ପାଇଁ ଚିନ୍ତାର କାରଣ ପାଲଟି ଥିବାବେଳେ ବେପାରୀ, ମିଲର୍ସମାନେ ଦିନକୁ ଦିନ କଟନୀଛଟନୀ ପ୍ରକ୍ରିୟାକୁ ଜୋରଦାର କରିବାରେ ଲାଗିଛନ୍ତି ।
ଗତ ଏପ୍ରିଲ ମାସ ୮ତାରିଖରୁ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାର ୫୧ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ୧୩ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଧାନକିଣାରେ ସାମିଲ ହୋଇଛନ୍ତି। ଧାନ ବିକିବା ପାଇଁ ୭୨ହଜାର ୨୩ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଏପର୍ଯ୍ୟନ୍ତ ୬୩ହଜାର ୩୯୧ଜଣ ଚାଷୀ ୫୧ଲକ୍ଷ ୩୨ହଜାର ୬୪୨ କୁଇଣ୍ଟାଲ ଧାନ ବିକିଛନ୍ତି । ମଣ୍ଡି ଖୋଲିବା ଆରମ୍ଭରୁ କିଛିଦିନ ଧରି ଅଚଳାବସ୍ଥା ଜାରି ରହିଥିଲା । ପରବର୍ତ୍ତୀ ସମୟରେ ଧାନ ଉଠାଣ ଚାଲିଥିଲେ ହେଁ ପରେ ତାହା ମନ୍ଥର ହୋଇଥିଲା । ତେବେ ମଣ୍ଡିକୁ ଆସୁଥିବା ଧାନ ବଦଳରେ ଫଲ୍ସ ଏଣ୍ଟ୍ରି କରି ଧାନ କିଣାଯାଇ ତାହା ସିଧାସଳଖ ରାଇସ୍‌ ମିଲ୍‌କୁ ଯାଉଥିବା ଭଳି ଅଭିଯୋଗ ହୋଇଆସୁଛି । ସେହିପରି କାଳବୈଶାଖୀ ପରେ ଏବେ ଜିଲାକୁ ମୌସୁମୀ ପ୍ରବେଶ ବେପାରୀଙ୍କୁ ବେଶ୍‌ ସୁହାଇଛି । ବର୍ଷା ଆଶଙ୍କା ଯେତେ ବଢ଼ି ଚାଲିଛି, ମିଲର୍ସ ଓ ବେପାରୀମାନେ ସେତେ ସକ୍ରିୟ ହୋଇ ଉଠୁଛନ୍ତି । ଜାଣିଶୁଣି ମଣ୍ଡିରୁ ଧିମା ଗତିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିକୁ ଦୀର୍ଘଦିନ ଧରି ମିଲର୍ସଙ୍କ ପାଦ ପଡୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ଜିଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା, ଭେଡ଼େନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଭଳି ମଣ୍ଡିରେ ବହୁ ପରିମାଣରେ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ଖୋଲା ଆକାଶ ତଳେ ରହିଥିବା ସେହି ଧାନକୁ ଚାଷୀମାନେ ତାରପୋଲିନ ଘୋଡ଼ାଇ ଦିନରାତି ଜଗି ରହୁଛନ୍ତି।
ଏଭଳି ପରିସ୍ଥିତିରେ ଅନେକ ଚାଷୀଙ୍କ ଟୋକନ ନମ୍ବର ଗାଏବ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲାର ପ୍ରଧାନପାଲି ଗ୍ରାମରେ ପ୍ରାୟ ୪୦ଜଣ ଚାଷୀଙ୍କ ଟୋକନ ନମ୍ବର କମ୍ପ୍ୟୁଟରରୁ ଉଡ଼ିଯିବା ଭଳି ପରିସ୍ଥିତି ଉପୁଜିବାରୁ ସେମାନେ ଧାନବିକ୍ରିରୁ ବଞ୍ଚିତ ହୋଇଥିବା କହିଛନ୍ତି । କେବଳ ପ୍ରଧାନପାଲି ନୁହେଁ, ଜିଲାର ଅନ୍ୟ କେତେକ ଅଞ୍ଚଳର ଚାଷୀଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ସବୁ ସମୟରେ ପ୍ରଶାସନ, ଧାନକ୍ରୟ ସଂସ୍ଥା, ମିଲର୍ସ ମିଲିଭଗତରେ ଜାଣିଶୁଣି ଚାଷୀଙ୍କୁ ଏଭଳି ଅଭାବୀ ବିକ୍ରିର ସମ୍ମୁଖୀନ କରାଉଛନ୍ତି । ଏବେ ଟୋକନ ଗାଏବ ତାର ପ୍ରମାଣ । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ଭେସ୍ରାଙ୍କୁ ପଚାରିବାରୁ ଅଳ୍ପ କିଛି ଚାଷୀଙ୍କ କ୍ଷେତ୍ରରେ ସେଭଳି ସମସ୍ୟା ଉପୁଜିଛି । ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସେଭଳି ହୋଇଥିବା ସେ କହିଛନ୍ତି । ମାତ୍ର ତାହା ଯଥାଶୀଘ୍ର ଠିକ୍‌ ହୋଇଯିବ ଏବଂ ଚାଷୀମାନେ ଧାନ ବିକ୍ରି କରିପାରିବେ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଖଡ଼ାଶାଳରେ ବିଧାୟକଙ୍କୁ ଜରିମାନା

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହେବ। ତେବେ ଅନ୍ୟବର୍ଷ ତୁଳନାରେ ଏଥର ଧନୁଯାତ୍ରା ଦୃଶ୍ୟାଭିନୟକୁ ଅଧିକ ଆକର୍ଷଣୀୟ କରିବା...

ହ୍ବାଟ୍ସଆପ୍‌ରେ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇ ନିଲମ୍ବିତ ହେଲେ ପ୍ରାଧ୍ୟାପକ

ପଦ୍ମପୁର,୨୧।୧୨(ପ୍ରଦୀପ୍ତ ଦାଶ): ହ୍ବାଟ୍ସଆପ୍‌ ମାଧ୍ୟମରେ ଅଶ୍ଳୀଳ ମେସେଜ୍‌ ପଠାଇବା ଜଣେ ପ୍ରାଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଏପରି ଏକ ଅଶୋଭନୀୟ ଘଟଣା ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ବରଗଡ଼ର ଶିଶୁ

ବରଗଡ଼,୧୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ଗାଁ ଗ୍ରାମର ଜଣେ ଶିଶୁ ଆହ୍ବାନ ମହାକୁର(୨ବର୍ଷ) ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ସେ ଏକବର୍ଷ ୧୦ମାସ...

କୋଶଳ ସଂଗଠନର ଆମରଣ ଅନଶନ: ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା

ବରଗଡ,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଜାନୁଆରୀ...

ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ

ବରଗଡ଼,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ...

ପିଲାଛୁଆଙ୍କୁ ଧରି ରାଜରାସ୍ତାରେ ଖଣି ଠିକା ଶ୍ରମିକ, ଯାନବାହନ ଚଳାଚଳ ବନ୍ଦ

ବରଗଡ଼,୧୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ସୋମବାର ସକାଳୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ୩ ଦଫା ଦାବି ନେଇ...

ଇସ୍ରୋ ଯିବେ ବିକାଶ ଛାତ୍ର ପ୍ରଜ୍ଞାନ କର

ବରଗଡ଼,୧୩।୧୨(ପ୍ରେମାନନ୍ଦ ଖମାରୀ): ସାରା ଓଡ଼ିଶାରୁ ୮୦ହଜାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରଜ୍ଞାନ କର ଯୁବ ଜ୍ୟୋତିର୍ବିଜ୍ଞାନୀ ଭାବେ...

୧୪ ବଦଳରେ ୧୬ରେ ହେବ ବିଦ୍ୟୁତ୍‌ କାଟ୍‌

ବରଗଡ଼,୧୩।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ(ଓପିଟିସିଏଲ୍‌) ପକ୍ଷରୁ ଆସନ୍ତା ୧୪ ତାରିଖରେ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ ସବ୍‌ଷ୍ଟେଶନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri