ଧାନବୁଣି ଫେରୁଥିବାବେଳେ ବଜ୍ରପାତରେ ଜୀବନଗଲା

ଶେରଗଡ,୧୯।୬(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତାରିଣୀ ବେହେରା (୫୦)। ତାରିଣୀ ବିଲରେ ଧାନବୁଣି ଅପରାହ୍ନ ପ୍ରାୟ ୨ଟାବେଳେ ଫେରୁଥିବାବେଳେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷାରେ ଫେରୁଥିବାବେଳେ ବଜ୍ରପାତରେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ୧୦୮କୁ ଫୋନ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚତ୍ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରେ ତାରିଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶେରଗଡ଼ ଥାନା ଏଏସ୍‌ଆଇ ହରିହର ଗନ୍ତାୟତ ପହଞ୍ଚତ୍ ମୃତଦେହ ଜବତ କରିଥିଲେ। ନଂ.୭/୧୯ରେ ଏକ ଅପମୃତୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତରଖାନାକୁ ପଠାଯାଇଛି। ତହସିଲଦାର ଡ. ଦୟାସିନ୍ଧୁ ପରିଡା ଘଟଣାସ୍ଥଳରେ ପହଞ୍ଚତ୍ ରିପୋର୍ଟ ସଂଗ୍ରହ କରିବା ସହ ସହାୟତା ପାଇଁ ସୁପାରିଶ କରାଯିବ ବୋଲି କହିଛନ୍ତି।

Share