ଧାନବେଣୀ ଗାଁରେ ଧାନଚୋରଙ୍କୁ ରାତିରେ ମାଡ଼ି ବସିଲେ ଲୋକେ, ବହେ ଛେଚି ପୋଲିସ ଜିମାଦେଲେ

ପାଟଣା,୧୨।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣୀ ଗ୍ରାମରେ ମଙ୍ଗଳବାର ଭୋରରୁ ଜଣେ ଧାନ ଚୋରଙ୍କୁ ଧରି ସ୍ଥାନୀୟ ବହେ ଛେଚିଛନ୍ତି।
ସୂଚନାନୁଯାୟୀ, ଅମଳ ପାଇଁ ରଖା ଯାଇଥିବା ଧାନ ବିଡାଗୁଡିକୁ ରାତିରେ ଉକ୍ତ ଗ୍ରାମର ବୈକୁଣ୍ଠ ମହାନ୍ତ ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଥିଲେ। ଗ୍ରାମବାସୀ ତାଙ୍କୁ ଧରି ମାଡ଼ ମାରିବା ପରେ ପୋଲିସଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଆହତ ବୈକୁଣ୍ଠଙ୍କୁ ଉଦ୍ଧାର କରି ପାଟଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବୈକୁଣ୍ଠ ବିଭିନ୍ନ ସମୟରେ ଛେଳି, କୁକୁଡ଼ା ଓ ବଗିଚାରୁ ପରିବା ଚୋରି କରି ବଜାରରେ ବିକ୍ରି କରୁଥିଲେ।

Share