ଧାନମଣ୍ଡି ବନ୍ଦ ନେଇ ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଭବାନୀପାଟଣା,୩।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଗତ ରବିବାରଠାରୁ ଧାନମଣ୍ଡି ବନ୍ଦ ହୋଇଛି। ଏ ନେଇ ଧାନ ବିକ୍ରି କରିପାରି ନ ଥିବା ବହୁ ଚାଷୀ ଧର୍ମଗଡ଼ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ମଣ୍ଡି ଉପରେ ନିର୍ଭର କରୁଥିବା ବିକ୍ରମଗୁଡା, କେବେଡି, ଧର୍ମଗଡ, କାଶୀବାହାଲ, ତାଳପଦର, ବଗାଡ଼, ଆଦି ଅଞ୍ଚଳର ୨ ଶହ ୭ ଚାଷୀ ୧୫ ହଜାର ୯ ଶହ ୩୧ କ୍ୱିଣ୍ଟାଲ ଧାନ ବିକ୍ରି କରିପାରି ନାହାନ୍ତି। ବିଳମ୍ବରେ ମଣ୍ଡି ଖୋଲିବା ତଥା ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ଚାଷୀଙ୍କ ଧାନ ବିକ୍ରି ହୋଇପାରି ନ ଥିବା ଅଭିଯୋଗ ହୋଇଛି। ତେବେ ଉପଜିଲାପାଳଙ୍କ ଅନୁପସ୍ଥିତିରେ ସହଯୋଗୀ ଜିଲାପାଳ ହରେକୃଷ୍ଣ ବରିହା ଦାବିପତ୍ର ଗ୍ରହଣ କରିଥିଲେ।