ଧାନ ଅମଳ ସମୟରେ ହାତୀ ଉପଦ୍ରବ: ରାତି ଉଜାଗର ହେଉଛନ୍ତି ଚାଷୀ

କେନ୍ଦୁଝର,୧।୧୨(ସ୍ବ.ପ୍ର.) : ଜିଲାରେ ବର୍ତ୍ତମାନ ବିଲରୁ ଧାନ ଫସଲ ଅମଳ କରିବାର ସମୟ ହୋଇଛି। ଏହି ସମୟରେ ହାତୀ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ସ୍ଥାନୀୟ ସଦର ରେଞ୍ଜ ଉକୁଚାବେଡ଼ା ଗ୍ରାମ ନିକଟରେ ୫ଟି ହାତୀ ରହି ଯାଇଥିବାରୁ ଲୋକମାନେ ଭୟଭୀତ ହୋଇ ପଡୁଛନ୍ତି। ହାତୀପଲ ଶନିବାର ରାତିରେ ଜଙ୍ଗଲରୁ ଆସି ଧାନ ଖାଇବା ପରେ ରବିବାର ସକାଳେ ଯାଇ ନ ପାରି ରହିଯାଇଥିବା ଜଣାପଡ଼ିଛି। ଅନେକ ବିଲରୁ ଧାନ କାଟି ଖଳାକୁ ବୋହି ନେଉଛନ୍ତି। ତେବେ ହାତୀ ଖଳାମୁହାଁ ହେଉଥିବାରୁ ଚାଷୀଙ୍କୁ ରାତି ଉଜାଗର ରହିବାକୁ ପଡୁଛି। ବନ ବିଭାଗ କର୍ମଚାରୀ ହାତୀପଲଙ୍କ ଉପରେ ନଜର ରଖିବା ସେମାନଙ୍କ ନିକଟକୁ କେହି ନ ଯିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି।