ଧର୍ମଗଡ଼, ୩୦।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ କୁଟୁରୁ ମଣ୍ଡିରେ ଧାନ ଉଠାଣ ଅବ୍ୟବସ୍ଥାକୁ ନେଇ ଚଷୀମାନେ ସୋମବାର ୨୬ନଂ. ଜାତୀୟ ରାଜପଥର କୁଟୁରୁ ଛକଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଉକ୍ତ ମଣ୍ଡିରେ ପାତରଅନ୍ତର ଓ ବ୍ୟାପକ ଦୁର୍ନୀତି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରାୟ ତିନି ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିବା ବେଳେ ବହୁ ଯାନବାହନ ରାସ୍ତାରେ ଅଟକି ରହିଥିଲା। ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ଼ ଯୋଗାଣ ଅଧିକାରୀ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ପରେ ଲିଖିତ ପ୍ରତିଶ୍ରୁତି ଦେଲାପରେ ରାସ୍ତାରୋକୋ ହଟିଥିଲା।
Posted inଆମ ଜିଲା ଖବର, କଳାହାଣ୍ଡି