Posted inଭଦ୍ରକ

ଧାନ କିଣାରେ ଅନିୟମିତତା

ପଦ୍ମପୁର,୨୫।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ନେଇ ଚାଷୀମାନେ ଶୁକ୍ରବାର ଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଜିଲା ଆରକ୍ଷୀ ଅଧୀକ୍ଷକ, ନାୟକାଣିଡିହୀ ଥାନାଧିକାରୀ ଓ କଷିଆ ସାମୁଦ୍ରିକ ଥାନାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ସମିତିରେ ଧାନ ବିକ୍ରୟ ପାଇଁ ଅନ୍‌ଲାଇନ ପଞ୍ଜୀକରଣ କରିଥିବା ଅନେକ ଚାଷୀ ଏଯାଏ ଟୋକନ୍‌ ପାଇନାହାନ୍ତି। ଅନ୍ୟପକ୍ଷେ ଟୋକନ୍‌ ପାଉଥିବା ଚାଷୀମାନେ ଠିକ୍‌ ସମୟରେ ଆବଶ୍ୟକ ବସ୍ତା ପାଉ ନ ଥିବାରୁ ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣିପାରୁ ନାହାନ୍ତି। ଅନ୍ୟ ସେବା ସମବାୟ ସମିତିରେ ୬ ପ୍ରତିଶତ ଧାନ କଟାଯାଉଥିବା ବେଳେ ଏହି ସମିତିରେ ୭ ପ୍ରତିଶତ କଟାଯାଉଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲା ଯୋଗାଣ ବିଭାଗ ଏହିସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ ନ କଲେ ସେମାନେ ଧାମରା-ଜାମୁଝାଡ଼ି ରାସ୍ତା ଓ ସେବା ସମବାୟ ସମିତି ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦକ ରତିକାନ୍ତ ରାଉତଙ୍କୁ ପଚାରିବାରୁ କହିଛନ୍ତି, ମିଲର ୭ ପ୍ରତିଶତ ନ କାଟିଲେ ଧାନ ନେଉନାହାନ୍ତି। ଚାଷୀମାନଙ୍କର ଧାନ ଅନୁଯାୟୀ ବସ୍ତା ମିଲର ଦେଇପାରୁ ନାହାନ୍ତି। ଫଳରେ ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯାଇପାରୁ ନାହିଁ। ଚାଷୀମାନେ ତାଙ୍କୁ ଏ ନେଇ ଦୁର୍ବ୍ୟବହାର କରିବା ସହ ପ୍ରତ୍ୟହ ଗାଳିଗୁଲଜ କରୁଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା: ପାଣିରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ

ଭଦ୍ରକ,୧୩।୧୧(ସନାତନ ରାଉତ): ଭଦ୍ରକ ବ୍ଲକ ବନ୍ଧଗାଁ ପୂର୍ବତନ ସରପଞ୍ଚ ତଥା ଆମ୍ବରୋଳି ସମବାୟ ସମିତିର ସଭାପତି ଚିତ୍ତ ରଞ୍ଜନ ରାଉତ (ନାଲୁ)ଙ୍କୁ ମଙ୍ଗଳବାର ରାତିରେ ହତ୍ୟା...

ବିଜେଡି ଛାଡ଼ି ଭାଜପାରେ ୨୦ ପରିବାର

ତିହିଡ଼ି,୧୩ା୧୧(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ଗ୍ରାମର ୨୦ ପରିବାର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଦଳର ନୀତି,...

ପଞ୍ଚକ ପାଇଁ ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ, ଆଜିଠାରୁ ପଞ୍ଚାନନ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ…

ଭଦ୍ରକ,୧୧ା୧୧(ସନାତନ ରାଉତ): ପବିତ୍ର ତଥା ଧର୍ମର ମାସ କାର୍ତ୍ତିକମାସର ସୋମବାର ଓ ପଞ୍ଚୁକ ବ୍ରତ ପାଇଁ ସୋମବାର ଭୋର୍‌ ସମୟରୁ ଆରଡ଼ିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ...

ମାଡ଼ ମାରି ଗିରଫ ହେଲେ ସରପଞ୍ଚ

ଭଦ୍ରକ,୧୦ା୧୧: ଏକ ମାରପିଟ୍‌ ମାମଲାରେ ଭଦ୍ରକ ବ୍ଲକ ଯୁବ ବିଜେଡି ସଭାପତି ତଥା ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚ ଫରହତ ଆଲାମ୍‌ ଓରଫ ଲୁକାଙ୍କୁ ଗ୍ରାମାଞ୍ଚଳ ପୋଲିସ...

ଗ୍ରାମବାସୀଙ୍କ ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷାଙ୍କ ଚ୍ୟାଲେଞ୍ଜ, ଖବରଦାତା ସମ୍ମିଳନୀରେ କହିଲେ ରାଜନୈତିକ…

ତିହିଡ଼ି,୭ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧ୍ୟକ୍ଷା ଏବଂ ତାଙ୍କ ସ୍ବାମୀ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ବ୍ଲକର କାଁପଡ଼ା...

ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର

ଭଦ୍ରକ/ବାସୁଦେବପୁର, ୩।୧୧(ସନାତନ ରାଉତ) (ନାରାୟଣ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଇଁଥଖୋଲା ନିକଟରେ ଶନିବାର ରାତିରେ ଗୁଳି କାଣ୍ଡ ହୋଇଛି। ଗୁଳିମାଡ଼ରେ ଜଣେ ଯୁବକ...

ବେଆଇନ ମଦ ବିକ୍ରି: ତାତିଲେ ଏସ୍‌ଏଚ୍‌ଜି ମହିଳା

ଧାମନଗର୩।୧୧(ସନ୍ତୋଷ କୁମାର ମହାପାତ୍ର): ୪ ବର୍ଷରୁ ଊଦ୍ଧର୍‌ବ ହେଲା ବେଆଇନ ମଦ ବିକ୍ରି ନେଇ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏସ୍‌ଏଚ୍‌ଜି (ସ୍ବୟଂସହାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri