ଧାନ ନ ଉଠିବା ପ୍ରତିବାଦଧର୍ମଗଡରେ ଚାଷୀଙ୍କ ରାସ୍ତାରୋକୋ

ଧର୍ମଗଡ,୧୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ରବି ଋତୁରେ ମଣ୍ଡି ଖୋଲିବା ଦିନଠାରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ୟା ଚାଷୀଙ୍କ ପିଛା ଛାଡୁନି। ଧାନ ନ ଉଠିବା ପ୍ରତିବାଦରେ ଧର୍ମଗଡ଼ଠାରେ ଚାଷୀ ସୋମବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଥିଲେ। ଖବର ପାଇ ପ୍ରଶାସନ ତରଫରୁ ଧର୍ମଗଡ ଉପଜିଲାପାଳ ପଦ୍ମନାଭ ବେହେରା ପହଞ୍ଚତ୍ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଖରିଫ ଋତୁରେ ମଣ୍ଡି ଖୋଲିବା କ୍ଷଣି ଏହି ଚାଷୀମାନଙ୍କ ବକେୟା ରହିଯାଇଥିବା ଧାନକୁ ପ୍ରାଥମିକତା ଭିତିରେ ଉଠାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।