ଧାନ ବିକି ପ୍ରାପ୍ୟ ପାଉନାହାନ୍ତି ଚାଷୀ

ବନ୍ତ, ୩।୬ (ଡି.ଏନ.ଏ.) – ଚାଷୀମାନଙ୍କଠାରୁ ଉଚିତ୍‌ ମୂଲ୍ୟରେ ଧାନକ୍ରୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ଚଳିତ ଖରିଫ ଋତୁରେ ଶତାଧିକ ଚାଷୀ ଧାନ ବିକ୍ରୟ କରି ପ୍ରାପ୍ୟ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ଗତ ଦୁଇମାସ ଧରି ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯୋଗାଣ ବିଭାଗର ଅବ୍ୟବସ୍ଥା ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ବନ୍ତ ବ୍ଲକର ଚାଷୀମାନେ ସରକାରୀ ମୂଲ୍ୟରେ ଧାନ ବିକ୍ରି କରିବା ନେଇ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜୀକରଣ କରିଥିଲେ। ସେହି ଅନୁସାରେ ଅନେକ ଚାଷୀ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଧାନ ବିକ୍ରି କରିଥିଲେ। ସରକାରୀ ନିୟମ ଅନୁଯାୟୀ, ଚାଷୀ ଧାନ ବିକ୍ରୟ କରିବାର ୨୪ ଘଣ୍ଟା ମଧ୍ୟରେ ପ୍ରାପ୍ୟ ଅର୍ଥ ପାଇବା କଥା। ମାତ୍ର ଏହି ବ୍ଲକ ଅଧୀନ କେନ୍ଦୁଆପଦା ସେବା ସମବାୟ ସମିତିର ପ୍ରାୟ ୮୦ ଜଣ, ଷେଣ୍ଢତିରା ସମିତିର ୧୯, ପଧାନପଡା ସମିତିର ୧୮୪, ବସନ୍ତିଆ ସମିତିର ୬୦, ଟିଲୋ ସମିତିର ୫୨ ଜଣଙ୍କ ସମେତ ଗଣିଜାଙ୍ଗ, ଓଡଙ୍ଗ ଆଦି ସେବା ସମବାୟ ସମିତିର ଚାଷୀମାନେ ଗତ ଦୁଇ ମାସରୁ ଊଦ୍ଧର୍‌ବ ହେବ ଧାନ ବିକି ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ କରିଛନ୍ତି। କେନ୍ଦୁଆପଦା ସମବାୟ ସମିତିର ଚାଷୀ ପୀତାମ୍ବର ସ୍ବାଇଁ, ଅମୂଲ୍ୟ ସାହୁ, ବିଭୂତି ଭୂଷଣ ଲେଙ୍କା, ରମେଶ ମହାପାତ୍ର, ସୁରେନ୍ଦ୍ର ଜେନା, ରମେଶ ରାଉତ ପ୍ରମୁଖ ଚାଷୀ ସେମାନଙ୍କ ପ୍ରାପ୍ୟ ଅର୍ଥ ନ ମିଳିଲେ ସମିତି ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଗତ ମାର୍ଚ୍ଚ ମାସରେ ଯୋଗାଣ ବିଭାଗ ପକ୍ଷରୁ ୧ ଲକ୍ଷ କୁଇଣ୍ଟାଲ ଧାନ କିଣାଯିବା ନେଇ ଚୂଡ଼ାନ୍ତ ଟାର୍ଗେଟ ଦିଆଯାଇଥିଲା। ସେହି ଅନୁଯାୟୀ ଚାଷୀମାନେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି କରିଥିଲେ। ମିଲରମାନେ ଯେଉଁଦିନ ମଣ୍ଡିରୁ ଧାନ କିଣିଲେ ସେହିଦିନ ମଧ୍ୟରେ ଅପ୍‌ଲୋଡ କରି ନ ଥିଲେ। ଏହାମଧ୍ୟରେ ସାଇଟ ବନ୍ଦ ହୋଇଗଲା। ଏପ୍ରିଲ ୩୦ ତାରିଖରେ ପି-ପାସ୍‌ ଅନଲାଇନ ସାଇଟ୍‌ ବନ୍ଦ ହେବାକୁ ଥିବାବେଳେ ଆଗୁଆ ଏପ୍ରିଲ ୪ ତାରିଖରେ ବନ୍ଦ ହୋଇଯିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସେହିପରି କେତେକ ସମବାୟ ସମିତିର ସଭାପତି ଓ ସମ୍ପାଦକ ଅସାଧୁ ଉପାୟ ଅବଲମ୍ବନ କରିବାରୁ ଚାଷୀମାନେ ଧାନ ବିକ୍ରି କରିପାରି ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏଆର୍‌ସିଏସ୍‌ ସ୍ବାଗତିକା ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଧାର୍ଯ୍ୟ ସମୟ ପୂର୍ବରୁ ପି-ପାସ୍‌ ଅନଲାଇନ ସାଇଟ୍‌ ବନ୍ଦ ହୋଇଯିବା ଯୋଗୁ ଏଭଳି ସମସ୍ୟା ଦେଖାଯାଇଛି। ଏ ନେଇ ପଦକ୍ଷେପ ନେବାକୁ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଈ ମଝିରେ ଧକ୍କା ଖାଇ ବୁଡ଼ିଗଲା ଇଲିସି ବୋଝେଇ ଡଙ୍ଗା, ପରେ ଘଟିଲା ଏମିତି…

ଭୋଗରାଇ,୧୭ା୧୦(ପ୍ରଦୀପ ଦାସ): ପୂର୍ଣ୍ଣିମା ତିଥିରେ ସମୁଦ୍ର ଅଶାନ୍ତ ରହିଛି। ଏଭଳି ସ୍ଥିତିରେ ମତ୍ସ୍ୟଜୀବୀଙ୍କ ଜାଲରେ ପ୍ରଚୁର ପରିମାଣର ଇଲିସି ଧରା ଦେଉଛନ୍ତି। ଇଲିସି ସନ୍ଧାନରେ ମତ୍ସ୍ୟଜୀବୀମାନେ...

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

ହେଉଥିଲା ଭସାଣୀ: ହଠାତ୍‌ ପଡ଼ିଲା ପଥର, ପରେ…

ବାଲେଶ୍ୱର,,୧୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟରେ ସୋମବାର ରାତିରେ ଭସାଣି ଶୋଭାଯାତ୍ରା ବେଳେ ଉତ୍ତେଜନା ଦେଖାଦେଇଥିଲା। ଶୋଭାଯାତ୍ରା ସମୟରେ ଏକ...

୧୭ରୁ ଚକା ଜାମ୍‌ ଆନ୍ଦୋଳନ

ସୋର,୧୬।୧୦(ଜନ୍ମେଜୟ ମିଶ୍ର)ଛ ୧୬ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସୋର ସହରର ପ୍ରବେଶ ଦ୍ୱାର ଉତ୍ତରେଶ୍ୱର ଓ ୟୁଏନ କଲେଜ ଛକରେ...

ଷ୍ଟାଇପେଣ୍ଡ ଟଙ୍କା ଖାଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ

ସିମୁଳିଆ, ୯।୧୦(ସନ୍ତୋଷ ନାୟକ): ୬୨ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଅର୍ଥ ହେରଫେର ଓ ବିଭିନ୍ନ ଅନିୟମିତତାକୁ ନେଇ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଡୁଳି ଖଜୁରେଶ୍ୱର ସରକାରୀ...

ସୁନାମି, ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦିଏ ନାଲି କଙ୍କଡ଼ା

ଭୋଗରାଇ,୭।୧୦(ପ୍ରଦୀପ ଦାସ): ନିଃଶବ୍ଦ ଓ ନିଶ୍ଚଳ ଲୁଣା ଜଙ୍ଗଲ ବେଳାଭୂମିରେ ଦେଖାଯାନ୍ତି ବିରଳ ପ୍ରଜାତିର ନାଲି କଙ୍କଡ଼ା। ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଆମେରିକା ଭଳି...

ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ

ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’...

ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା-ସୁନା

ଜଳେଶ୍ବର,୩।୧୦(ନବୀନ ସାହୁ): ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା। ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri