ଧାନ ବୋଝେଇ ୪ ଟ୍ରକ୍‌ ଜବତ

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରୁ ଧାନବେପାରୀ ୪ଟି ଟ୍ରକ୍‌ରେ ଧାନ ବୋଝେଇ କରି କଲିକତା ଚାଲାଣ କରୁଥିଲେ। ବୁଧବାର ରାତିରେ ତାଳଚୁଆ ସାମୁଦ୍ରିକ ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ବାରିକ ଖବର ପାଇ ଏହି ୪ଟି ଟ୍ରକ୍‌କୁ ଜବତ କରି ଜିଲାପାଳଙ୍କୁ ଅବଗତ କରିଥିଲେ। ଜିଲାପାଳ ସମଥ ବର୍ମାଙ୍କ ନିର୍ଦ୍ଦେଶରେ ଜିଲା ଯୋଗାଣ ଅଧିକାରୀ ଟ୍ରକ୍‌ଗୁଡ଼ିକୁ ଜବତ କରିବା ସହ ଅଧିକ ଯାଞ୍ଚ କରୁଛନ୍ତି।

Share